ଓଡିଶା

odisha

By

Published : Sep 2, 2019, 5:11 AM IST

Updated : Sep 2, 2019, 9:37 AM IST

ETV Bharat / state

ପ୍ଲାଷ୍ଟର ଅଫ୍‌ ପ୍ୟାରିସ ଯୁଗରେ ହଜିଯାଉଛି ମାଟି ମୂର୍ତ୍ତି

ରାୟଗଡ଼ା ସହରରେ ୧୦ ବର୍ଷ ତଳେ ୮ଟି ଜାଗାରେ ଗଣେଶଙ୍କ ମାଟି ମୂର୍ତ୍ତି ନିର୍ମାଣ ହେଉଥିଲା । କିନ୍ତୁ ଧିରେ ଧିରେ ଏହା କମି ଚଳିତ ବର୍ଷ କେବଳ ଏକ ମାତ୍ର ସ୍ଥାନରେ ଏହି ମାଟି ଗଣେଶ ତିଆରି ହେଉଛନ୍ତି । ଫଳରେ ଚିନ୍ତାରେ ମାଟି ମୂର୍ତ୍ତି କାରିଗର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରାୟଗଡା: ମାନ ହରାଉଛି ମାଟି ମୂର୍ତ୍ତି । ଚିନ୍ତାରେ ମୂର୍ତ୍ତି କାରିଗର । ଦିନକୁ ଦିନ ମାଟି ମୂର୍ତ୍ତି ତିଆରି କରିବାର କାରିଗରଙ୍କ ସଂଖ୍ୟା କମିବାରେ ଲାଗିଛି । ବିଗତ ୧୦ ବର୍ଷର ଆକଳନରୁ ଏହା ଜଣାପଡିଛି ।

ରାୟଗଡ଼ା ସହରରେ ୧୦ ବର୍ଷ ତଳେ ୮ଟି ଜାଗାରେ ଗଣେଶଙ୍କ ମାଟି ମୂର୍ତ୍ତି ନିର୍ମାଣ ହେଉଥିଲା । କିନ୍ତୁ ଧିରେ ଧିରେ ଏହା କମି ଚଳିତ ବର୍ଷ କେବଳ ଏକ ମାତ୍ର ସ୍ଥାନରେ ଏହି ମାଟି ଗଣେଶ ତିଆରି ହେଉଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ସବୁଠାରୁ ବଡ଼ ପ୍ରତିବନ୍ଧକ ସାଜିଛି ପ୍ଲାଷ୍ଟର ଅଫ୍‌ ପ୍ୟାରିସର ଗଣେଶ ମୂର୍ତ୍ତି । ସହରର ବିଭିନ୍ନ ଗଳିକନ୍ଦି ଠାରୁ ଆରମ୍ଭ କରି ଘରେ ଘରେ ଲୋକଙ୍କ ପସନ୍ଦ ହୋଇଛି ପ୍ଲାଷ୍ଟର ଅଫ୍‌ ପ୍ୟାରିସ ଗଣେଶ । କାରଣ ଏହା ମାଟି ମୂର୍ତ୍ତି ଠାରୁ ଶସ୍ତା ।ତେବେ ଏହି ମୂର୍ତ୍ତି ପରିବେଶ ପ୍ରତି କ୍ଷତିକାରକ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଦ୍ବାରା ବେଆଇନ ଘୋଷଣା ସତ୍ତ୍ବେ ସହରର ଗଳି କନ୍ଦିରେ ମିଳୁଛି ଏଭଳି ମୂର୍ତ୍ତି ।

ଏନେଇ ଜିଲ୍ଲାପ୍ରଶାସନ, ରାଜ୍ୟସରକାର କିମ୍ବା ପୌର ପ୍ରଶାସନର ନିଘା ନାହିଁ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Sep 2, 2019, 9:37 AM IST

ABOUT THE AUTHOR

...view details