ରାୟଗଡା: ବଢୁଥିବା ସଡକ ଦୁର୍ଘଟଣାକୁ ନେଇ ସାରା ଦେଶରେ ଆରମ୍ଭ ହୋଇଛି ସଡକ ସୁରକ୍ଷା ସପ୍ତାହ ପାଳନ । ଏନେଇ ରାୟଗଡା ନିୟମଗିରି ପାଦ ଦେଶରେ ମଧ୍ୟ ସଡ଼କ ସୁରକ୍ଷାକୁ ନେଇ ସଚେତନ କରାଯାଇଛି l ଡଙ୍ଗରିଆ ମୂଳକ ରାୟଗଡା ଜିଲ୍ଲା ମୁନିଗୁଡା ଠାରେ ପରିବହନ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଭାବେ ସଡ଼କ ସୁରକ୍ଷାକୁ ନେଇ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି l
ଏହି ଅବସରରେ ଶତାଧିକ କଲେଜର ଛାତ୍ରଛାତ୍ରୀ, ଜନସାଧାରଣମାନେ ଭାଗ ନେଇଥିଲେ । ବିଭିନ୍ନ ସମୟରେ ଅସାବଧାନତା ଯୋଗୁଁ ଦୁର୍ଘଟଣା ଘଟି ମୃତ୍ୟୁ ହେଉଥିବାବେଳେ ଏନେଇ ଲୋକଙ୍କୁ ସଚେତନ କରାଯାଇଥିଲା l