ରାୟଗଡା: ବାଥରୁମ ଝରକାରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା । ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଘଟଣ । ଶୁକ୍ରବାର ବିଳମ୍ବିତ ରାତିରେ ତିନି ମହଲାରେ ରହିଥିବା ବାଥରୁମ ଝରକାରୁ ଡେଇଁ ଜଣେ 28 ବର୍ଷୀୟ ମହିଳା ରୋଗୀ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ ରଜନୀ ମେଲେକା । ସେ ତୁମ୍ବିଗୁଡା ବାସିନ୍ଦା ବୋଲି ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ରଜନୀ ଗତ 7 ତାରିଖରେ ଜ୍ବର କାରଣରୁ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସା ହେଉଥିଲେ । ହଠାତ୍ ଶୁକ୍ରବାର ବାଥରୁମ ଯାଇ ସେ ଫେରିନଥିଲେ । ଏଣୁ ତାଙ୍କୁ ବହୁ ଖୋଜା ଖୋଜି କରାଯାଇଥିଲା । ପରେ ରକ୍ତାକ୍ତ ଅବସ୍ଥାରେ ମେଡିକାଲ ବିଲ୍ଡିଂ ତଳେ ତାଙ୍କୁ ପଡିଥିବା ଦେଖି ପୋଲିସକୁ ଖବର ଦିଆଯାଇଥିଲା ।