ରାୟଗଡା: ପୁଣି ଫେଲ ମାରିଲା ଆମ୍ବୁଲାନ୍ସ ସେବା । ଅଧାବାଟରେ ଆମ୍ବୁଲାନ୍ସ ଖରାପ ଯୋଗୁଁ ମହିଳାଙ୍କ ମୃତ୍ୟୁ ଅଭିଯୋଗ ।
କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ କରାପା ଗାଁର ସମନାଥ ବିଡିକାଙ୍କ ସ୍ତ୍ରୀ କଲ୍ୟାଣୀ ବିଡ଼ିକା ଝାଡା, ବାନ୍ତିରେ ଆକ୍ରାନ୍ତ ହୋଇ ଗୁରୁତର ହେବାରୁ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ପ୍ରଥମେ ଉକ୍ତ 108 ଆମ୍ବୁଲାନ୍ସ ଜରପା ଗାଁରେ ବିଳମ୍ବରେ ପହଞ୍ଚିଥିଲା । ସେଠାରୁ କଲ୍ୟାଣୀଙ୍କୁ ନେଇ ମେଡ଼ିକାଲ ପହଞ୍ଚିବାର ଅଧା ବାଟରେ ଟାୟାର ପମ୍ପଚର ହେଇଯାଇଥିଲା । ଏ ମଧ୍ୟରେ କଲ୍ୟାଣୀଙ୍କ ଅବସ୍ଥା ଗୁରୁତର ହେବାରୁ ଅନ୍ୟ ବ୍ୟବସ୍ଥା କରି ମେଡ଼ିକାଲ ନେବାକୁ ଚାହଁଥିଲେ ପରିବାର ଲୋକେ । ହେଲେ ଅନ୍ୟ ଏକ ଆମ୍ବୁଲାନ୍ସ ଆସୁଛି କହି ବିଳମ୍ବ କରିବାରୁ ସେଠାରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ସ୍ବାମୀ ସମନାଥ ।