ଓଡିଶା

odisha

By ETV Bharat Odisha Team

Published : Dec 10, 2023, 12:20 PM IST

ETV Bharat / state

ସିଜିମାଳି ଖଣି ଖନନ ପାଇଁ ୧୦ ଗ୍ରାମରେ ପଲ୍ଲୀସଭା

Sijimali Bauxite Mining: ସିଜିମାଳ ଖଣି ଖନନ ପାଇଁ କାଶୀପୁର ବ୍ଲକ ଅନ୍ତର୍ଗତ ୧୦ ଗ୍ରାମରେ ପଲ୍ଲୀସଭା ଅନୁଷ୍ଠିତ । ଅଧିକ ପଢନ୍ତୁ

୧୦ ଗ୍ରାମରେ ପଲ୍ଲିସଭା ଅନୁଷ୍ଠିତ
୧୦ ଗ୍ରାମରେ ପଲ୍ଲିସଭା ଅନୁଷ୍ଠିତ

୧୦ ଗ୍ରାମରେ ପଲ୍ଲିସଭା ଅନୁଷ୍ଠିତ

ରାୟଗଡା:ରାୟଗଡାରେ ଥିବା ସିଜିମାଳି ଖଣି ଖନନକୁ ଧୀରେ ଧୀରେ ପ୍ରଭାବିତ ଅଞ୍ଚଳର ଗ୍ରାମବାସୀଙ୍କ ପକ୍ଷରୁ ମିଳୁଛି ସମର୍ଥନ । ଏହି ପରିପ୍ରେକ୍ଷୀରେ ଜଙ୍ଗଲ ଜମି କିସମ ପରିବର୍ତ୍ତନ(ଏଫଆରଏ) ନିମନ୍ତେ କାଶୀପୁର ବ୍ଲକ ଅନ୍ତର୍ଗତ ୧୦ ଗ୍ରାମରେ ପଲ୍ଲୀସଭା ଅନୁଷ୍ଠିତ ହୋଇଯାଇଛି । ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ସୁଙ୍ଗେର ପଞ୍ଚାୟତର ମାଳିପଦର, ଡୁମେରପଦର, କଣ୍ଟାମାଳ, ବଣ୍ଡେ ଣ୍ଡେଲ, ଆଲିଗୁନା, ଶାଗବାରି, ପେଲନକଣା ଓ କଟିବେତା ସମେତ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ତଲାମପଦର ପଞ୍ଚାୟତର ସିଜିମାଳି ଓ ଚୁଲୁବାଡ଼ି ଆଦି ଗ୍ରାମକୁ ନେଇ ପଲ୍ଲୀସଭା ଆୟୋଜନ କରାଯାଇଥିଲା ।

ଏହି ସଭାରେ ସମସ୍ତ ଅଞ୍ଚଳବାସୀ ଯୋଗଦେଇ ନିଜ ମତ ପ୍ରକାଶ କରିଥିଲେ ଓ ପଲ୍ଲୀସଭାକୁ ସମର୍ଥନ କରି ସଫଳ କରିଥିଲେ । ଖଣି ଖନନ ହେଲେ ଅଞ୍ଚଳର ବିକାଶ ସହିତ ବେକାରୀ ସମସ୍ୟା ଦୂର ହେବ ବୋଲି ପଲ୍ଲୀସଭାରେ ମତ ପ୍ରକାଶ ପାଇଥିଲା । ସଭାରେ ସୁରକ୍ଷା ଏବଂ ଆଇନଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଏହି ପଲ୍ଲୀ ସଭାଗୁଡିକରେ ସରକାରୀ ଅଧିକାରୀ, ବେଦାନ୍ତ ଏବଂ ମୈତ୍ରୀ କମ୍ପାନି କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ ।

ପ୍ରକାଶ ଥାଉକି, କଳାହାଣ୍ଡି ଜିଲ୍ଲାର ଥୁଅମୂଳ ରାମପୁର ଓ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସ୍ଥିତ ସିଜିମାଳି ଖଣିର 1549.022 ହେକ୍ଟର ଖଣିରୁ 9 ଏମଟିପିଏ ବକ୍ସାଇଟ ଖନନ ପାଇଁ ବେଦାନ୍ତକୁ ସରକାର ଖଣି ଲିଜ ଦେଇଛନ୍ତି । ଏନେଇ ବିଗତ ଦିନରେ ସୁଙ୍ଗର ଠାରେ ଜନଶୁଣାଣି ହୋଇଥିବା ବେଳେ ବର୍ତ୍ତମାନ ପ୍ରଭାବିତ ଗ୍ରାମ ଗୁଡିକରେ ପୃଥକ ପୃଥକ ଭାବେ ଗ୍ରାମସଭା ଅନୁଷ୍ଠିତ ହୋଇଛି । ତେବେ ପ୍ରଭାବିତ ଗ୍ରାମ କଣ୍ଟାମାଳ, ବଣ୍ଡେଲ, ସିରାମ୍ବାଇ ଗ୍ରାମବାସୀମାନେ ଏହି ଜନଶୁଣାଣିକୁ ଗତ ଦିନରେ ବିରୋଧ କରିଥିବା ବେଳେ ବର୍ତ୍ତମାନ ଗ୍ରାମସଭାରେ କିନ୍ତୁ କାରଖାନାକୁ ସମର୍ଥନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ସିଜିମାଳି ଖଣି ଖନନକୁ ସମର୍ଥନ, କାଶୀପୁରରେ ବିଶାଳ ଶୋଭାଯାତ୍ରା

ସେହିଭଳି ସୁଙ୍ଗେର ଠାରେ ଜନଶୁଣାଣୀ ପୂର୍ବରୁ କମ୍ପାନୀ ସମର୍ଥନରେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଓ ଥୁଆମୂଳ ରାମପୁର ବ୍ଲକର ହଜାର ହଜାର ସଂଖ୍ୟାରେ ସମର୍ଥକ ଶୋଭାଯାତ୍ରା କରିଥିଲେ । ଏଥିସହ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ତେବେ ଏହି ଗ୍ରାମସଭାରେ ଲୋକଙ୍କ ସମର୍ଥନ ଆଗକୁ ବେଦାନ୍ତର ସିଜିମାଳରୁ ବକ୍ସାଇଟ ଉତ୍ତୋଳନରେ ସହାୟକ ହେବ ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details