ଓଡିଶା

odisha

ETV Bharat / state

'ପଲ୍ଲୀରେ ପ୍ରଶାସନ' ମାଧ୍ୟମରେ ଲୋକଙ୍କ ନିକଟତର ହେବାକୁ ଉଦ୍ୟମ - ମୁଖ୍ୟମନ୍ତ୍ରୀଙ୍କ 5T ନୀତି

ଏଣିକି ଆଉ ଜିଲ୍ଲା କିମ୍ବା ବ୍ଲକ ମୁଖ୍ୟାଳୟକୁ ଦୌଡିବାକୁ ପଡିବ ନାହିଁ । ଲୋକଙ୍କ ପାଖରେ ପହଞ୍ଚିବ ପ୍ରଶାସନ। ଏହି ଲକ୍ଷ୍ୟ ନେଇ ରାୟଗଡାରେ ଆରମ୍ଭ ହୋଇଛି 'ପଲ୍ଲୀରେ ପ୍ରଶାସନ' ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ରାୟଗଡା

By

Published : Sep 10, 2019, 6:33 PM IST

ରାୟଗଡା: ଏଣିକି ଆଉ କୌଣସି ସରକାରୀ କାମ ପାଇଁ ଜିଲ୍ଲା କିମ୍ବା ବ୍ଲକ ମୁଖ୍ୟାଳୟକୁ ଦୌଡିବାକୁ ପଡିବ ନାହିଁ । ଲୋକଙ୍କ ପାଖରେ ପହଞ୍ଚିବ ପ୍ରଶାସନ। ଏହି ଲକ୍ଷ୍ୟ ନେଇ ଆରମ୍ଭ ହୋଇଛି 'ପଲ୍ଲୀରେ ପ୍ରଶାସନ' । ମୁଖ୍ୟମନ୍ତ୍ରୀଙ୍କ 5T ନୀତିକୁ କାର୍ଯ୍ୟକାରୀ କରିବାକୁ ଅଣ୍ଟା ଭିଡ଼ିଛି ରାୟଗଡା ଜିଲ୍ଲା ପ୍ରଶାସନ। ଆଉ ପଞ୍ଚାୟତସ୍ତରରେ ଲୋକଙ୍କ ଗୁହାରୀ ଶୁଣିବାକୁ ଆରମ୍ଭ ହୋଇଛି 'ପଲ୍ଲୀରେ ପ୍ରଶାସନ' କାର୍ଯ୍ୟକ୍ରମ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ରାୟଗଡା

ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଲା ସଦର ବ୍ଲକ ଅଧିନସ୍ଥ ଗୁମ ଠାରେ ଥିବା ଦକ୍ଷତାବିକାଶ କେନ୍ଦ୍ର ପରିସରରେ ପ୍ରଥମ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣୀ ଆରମ୍ଭ ହୋଇଯାଇଛି। ବ୍ଲକ ଉନ୍ନୟନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଭିଯୋଗ ଶୁଣାଣିରେ ରାୟଗଡା ତହସିଲଦାର, ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସମେତ ଅନେକ ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details