ଓଡିଶା

odisha

ETV Bharat / state

ବଂଶଧାରା ଉପର ମୁଣ୍ଡରେ ପ୍ରକଳ୍ପ ନିର୍ମାଣ ଦାବି, ଧାରଣାରେ ବସିଲେ ପଦ୍ମଶ୍ରୀ ଶାନ୍ତିଦେବୀ - ଧାରଣାରେ ବସିଲେ ପଦ୍ମଶୀ ଶାନ୍ତି ଦେବୀ

ବଂଶଧାରା ଉପର ମୁଣ୍ଡରେ ପ୍ରକଳ୍ପ ନିର୍ମାଣ ପାଇଁ ଦାବି ସହ ନେରେଡି ପ୍ରକଳ୍ପକୁ ବିରୋଧ କରି ଧାରଣାରେ ବସିଲେ ପଦ୍ମଶ୍ରୀ ଶାନ୍ତିଦେବୀ । ଅଧିକ ପଢନ୍ତୁ...

ବଂଶଧାରା ଉପର ମୁଣ୍ଡରେ ପ୍ରକଳ୍ପ ନିର୍ମାଣ ଦାବିରେ ଧାରଣାରେ ବସିଲେ ପଦ୍ମଶୀ ଶାନ୍ତି ଦେବୀ
ବଂଶଧାରା ଉପର ମୁଣ୍ଡରେ ପ୍ରକଳ୍ପ ନିର୍ମାଣ ଦାବିରେ ଧାରଣାରେ ବସିଲେ ପଦ୍ମଶୀ ଶାନ୍ତି ଦେବୀ

By

Published : Sep 1, 2021, 12:55 PM IST

ରାୟଗଡା: ବଂଶଧାରା ଉପର ମୁଣ୍ଡରେ ପ୍ରକଳ୍ପ ନିର୍ମାଣ ପାଇଁ ଦାବି ସହ ନେରେଡି ପ୍ରକଳ୍ପକୁ ବିରୋଧ କରି ଧାରଣାରେ ବସିଲେ ପଦ୍ମଶ୍ରୀ ଶାନ୍ତିଦେବୀ । ଦାବିକୁ ନେଇ ଅଞ୍ଚଳରେ ଏକ ମାସ ପର୍ଯ୍ୟନ୍ତ ପଦଯାତ୍ରା କରିବାକୁ ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ସମୟରେ କ୍ଷମତାରେ ରହିଥିବା ସରକାର ଆମକୁ ଏଥିପାଇଁ ଆଶା ଦେଖାଇଛନ୍ତି କିନ୍ତୁ କିଛି କରି ନାହାନ୍ତି ବୋଲି ଶାନ୍ତିଦେବୀ ଅଭିଯୋଗ କରିଛନ୍ତି ।

ବଂଶଧାରା ଉପର ମୁଣ୍ଡରେ ପ୍ରକଳ୍ପ ନିର୍ମାଣ ଦାବିରେ ଧାରଣାରେ ବସିଲେ ପଦ୍ମଶୀ ଶାନ୍ତି ଦେବୀ

ଅଭିଯୋଗ ଅନୁଯାୟୀ, ବଂଶଧାରା ଜଳକୁ ନେଇ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ କରି ଆନ୍ଧ୍ର ଆଗକୁ ଯାଉଥିବାବେଳେ ଓଡିଶା ସରକାର କେବେ ବି ଠୋସ୍‍ ପଦକ୍ଷେପ ନେଇ ନାହାନ୍ତି । ଗତ ଅର୍ଦ୍ଧ ଶତାବ୍ଦୀ ଧରି ଉପରମୁଣ୍ଡରେ ପ୍ରକଳ୍ପ ପାଇଁ ଦାବି ହୋଇ ଆସୁଛି । ଅନେକ ପ୍ରକଳ୍ପ ପାଇଁ ସର୍ଭେ ମଧ୍ୟ ସରିଛି । ବିଧାନସଭାରେ ମଧ୍ୟ ଏନେଇ ଆଲୋଚନା ହୋଇଛି । ହେଲେ ରାଜନୈତିକ ଇଛାଶକ୍ତି ଅଭାବରୁ କାର୍ଯ୍ୟକାରୀ ହୋଇ ପାରିନାହିଁ ବୋଲି ଅଭିଯୋଗ ହୋଇଛି । ଅନ୍ୟପଟେ ଲକ୍ଷ୍ୟ ପୂରଣ ହେବାଯାଏଁ ସରକାରଙ୍କ ପିଛା ଛାଡିବୁନି ବୋଲି ସ୍ଥାନୀୟ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିକାତ୍ମକ ଧାରଣାରେ ବସିବାଥିବା ସହରବାସୀ କହିଛନ୍ତି ।

ବଂଶଧାରା ଅବବାହିକା ସୁରକ୍ଷା ସମିତିର ଆହ୍ୱାନ କ୍ରମେ ଗତ ଏକମାସ ଧରି ନିରବ ଶୋଭାଯାତ୍ରା, ପଥପ୍ରାନ୍ତ ସଭା, ଜଳ ସତ୍ୟାଗ୍ରହ, ପଦଯାତ୍ରା ଭଳି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବା ପରେ ଆଜି(ବୁଧବାର) ପଦଯାତ୍ରା ଶେଷ ହୋଇଛି । ବଂଶଧାରାର ଦୁଇ ପାଶ୍ୱରେ ଆଜିଯାଏଁ ସମ୍ପୂର୍ଣ୍ଣ ଭାବେ ଆଡିବନ୍ଧ ନଥିବାବେଳେ ନଦୀରେ ଗୋଟିଏ ବି ଜଳ ପ୍ରକଳ୍ପ ନାହିଁ । ଏଣୁ ସରକାର ଏହି ପ୍ରକଳ୍ପ କରିବା ଦିଗରେ ଖୁବଶୀଘ୍ର ନିଷ୍ପତି ନିଅନ୍ତୁ ବୋଲି ଧାରଣାରେ ସାମିଲ ହୋଇ ସମାଜସେବୀ ତଥା ପଦ୍ମଶ୍ରୀ ଶାନ୍ତିଦେବୀ କହିଛନ୍ତି । ସରକାରଙ୍କୁ ଏହି ପ୍ରସଙ୍ଗ ଆମେ ବର୍ଷସାରା ବାରମ୍ବାର ମନେ ପକାଇବୁ ବୋଲି ସେ କହିଛନ୍ତି । ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଉପ ଜିଲ୍ଲାପାଳ ଏସ.ସୋନାଲ କୁମାରଙ୍କୁ ଦିଆଯାଇଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details