ଓଡିଶା

odisha

ETV Bharat / state

ରାୟଗଡ଼ାରେ ଡିସେମ୍ବର ୨୦ରୁ ଖୋଲିବ ଧାନ ମଣ୍ଡି, ପ୍ରଥମ ପର୍ଯ୍ୟାୟରେ ୯.୫୩ ଲକ୍ଷ କ୍ବିଣ୍ଟାଲ ଧାନ କିଣା ଲକ୍ଷ୍ୟ

ରାୟଗଡ଼ାରେ 2023-24 ଖରିଫ ବର୍ଷ ପାଇଁ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ । ଚଳିତ ବର୍ଷ ଧାନ ବିକ୍ରୟ କରିବା ପାଇଁ ମୋଟ ୨୨୬୮୩ ଜଣ ଚାଷୀ ପଞ୍ଜିକୃତ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୯.୫୩ ଲକ୍ଷ କ୍ବିଣ୍ଟାଲ ଧାନ କ୍ରୟ କରିବା ପାଇଁ ଟାର୍ଗେଟ ରଖାଯାଇଛି । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Nov 19, 2023, 10:59 PM IST

Paddy Mandi to open from December 20th in Rayagada
Paddy Mandi to open from December 20th in Rayagada

Paddy Mandi to open from December 20th in Rayagada

ରାୟଗଡ଼ା: ରାୟଗଡ଼ା ସ୍ଥିତ ଡିଆରଡିଏ ସଭାଗୃହରେ ଚଳିତ ଖରିଫ ଧାନ ମଣ୍ଡି ପାଇଁ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଆସନ୍ତା ଡିସେମ୍ବର ୨୦ ତାରିଖରୁ ଜିଲ୍ଲାରେ ଖରିଫ ମଣ୍ଡି ଆରମ୍ଭ କରିବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୯.୫୩ ଲକ୍ଷ କ୍ବିଣ୍ଟାଲ ଧାନ କିଣାଯିବା ଲକ୍ଷ୍ୟ ରଖାଯାଇଥିବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ରାୟଗଡ଼ାରେ ଆସନ୍ତା ଡିସେମ୍ବର ୨୦ ଖୋଲିବ ଧାନ ମଣ୍ଡି । ମଣ୍ଡିରେ ଚାଷୀଙ୍କଠାରୁ ସାଧାରଣ ଧାନ କ୍ବିଣ୍ଟାଲ ପିଛା ୨୧୮୩ ଟଙ୍କା ଏବଂ ଏଫଏକ୍ୟୁ ମାନ ଧାନ କ୍ବିଣ୍ଟାଲ ପିଛା ୨୨୦୩ ଟଙ୍କାର କିଣାଯିବ ବୋଲି ଆଲୋଚନା ହୋଇଛି । ଚଳିତ ବର୍ଷ ପାଇଁ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୪୨ଟି ମଣ୍ଡି ଖୋଲାଯାଇ ୯,୫୩, ୭୩୧ କ୍ରିଣ୍ଟାଲ ଧାନ କିଣିବାକୁ ଲକ୍ଷ୍ୟ ରଖାଯାଇଥିବା ଆଲୋଚନା ହୋଇଛି । ଏଥିରୁ ୬,୩୯,୦୦୦ ଚାଉଳ ବାହାରିବ ବୋଲି ଆକଳନ କରାଯାଇଛି । ସେହିପରି ମଣ୍ଡିରେ ତହସିଲଦାରମାନେ ନୋଡାଲ ଅଫିସର ଦାୟିତ୍ଵରେ ରହିବେ । ସବଡିଭିଜନାଲ ସ୍ତରରେ ଏସିଏସଓ, ଏମଆଇ, ଏଆରସିଏସଙ୍କୁ ଗଠିତ ଟାସ୍କ ଫୋର୍ସର ମୁଖ୍ୟ ଉପଜିଲ୍ଲାପାଳମାନେ ରହିବେ ବୋଲି ନିଷ୍ପତ୍ତି ହୋଇଛି ।

ତେବେ ମଣ୍ଡିରେ ଧାନ ବିକିବା ପାଇଁ ଜିଲ୍ଲାରେ ମୋଟ ୨୨୬୮୩ ଜଣ ଚାଷୀ ନିଜ ନାମ ପଞ୍ଜୀକରଣ କରିଥିବା ବେଳେ ସେଥିରୁ ୬୫୭ ଜଣ ନକଲି ଚାଷୀ ବାହାରିଥିବା ଜଣାପଡ଼ିଛି । ଜିଲ୍ଲାରେ ଥିବା ୧୪ଟି ଲ୍ୟାମ୍ପସ ମଧ୍ୟରୁ ବିଷମକଟକ ଲ୍ୟାମ୍ପସରେ ୨୬୫୦ଜଣ ଚାଷୀ ନିଜ ନାମ ପଞ୍ଜିକରଣ କରିଥିବା ବେଳେ ଚନ୍ଦ୍ରପୁର ଲ୍ୟାମ୍ପସ ୨୬୭ ଜଣ, ଗୁଡାରି ଲ୍ୟାମ୍ପସ ୧୨୮୯ ଜଣ, ଗୁଣପୁର ଲ୍ୟାମ୍ପସରେ ୨୯୪୪ ଜଣ, କଲ୍ୟାଣସିଂହପୁର ଲ୍ୟାମ୍ପସରେ ୨୨୬୯ ଜଣ, କାଶୀପୁର ଲ୍ୟାମ୍ପସରେ ୪୭୨ ଟିକିରି ଲ୍ୟାମ୍ପସରେ ୪୨୩ ଜଣ, କୋଲନରା ଲ୍ୟାମ୍ପସରେ ୧୪୩୪ ଜଣ, ମୁନିଗୁଡା ଲ୍ୟାମ୍ପସରେ ୧୨୭୨ ଜଣ, ଅମ୍ବାଦୋଳା ଲ୍ୟାମ୍ପସରେ ୭୭୮, ପଦ୍ମପର ଲ୍ୟାମ୍ପସରେ ୩୬୫୯ ଜଣ, ରାମନାଗୁଡ଼ା ଲ୍ୟାମ୍ପସରେ ୩୨୩୩ ଜଣ, ରାୟଗଡ଼ା ଲ୍ୟାମ୍ପସରେ ୯୯୮ ଜଣ ଏବଂ ରାୟଗଡା ଏମ୍ ପିସିଏସ୍‌ରେ ୩୮ ଜଣ ଚାଷୀ ନାମ ପଞ୍ଜିକରଣ କରିଥିବା ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.....ନୂଆପଡାରେ 24ରୁ ଖୋଲିବ ଧାନ ମଣ୍ଡି, ଏଥର 17 ଲକ୍ଷ କୁଇଣ୍ଟାଲରୁ ଅଧିକ ଧାନ କ୍ରୟ ଲକ୍ଷ୍ୟ

ତେବେ ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ, ଅତିରିକ୍ତ ଜିଲ୍ଲାପାଳ ରାମେଶ୍ଵର ପ୍ରଧାନ, ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ, ମୁଖ୍ୟ ଯୋଗାଣ ଅଧିକାରୀ ଉମେଶ ଚନ୍ଦ୍ର ସ୍ଵାଇଁ, ଜିଲ୍ଲା ଯୋଗାଣ ଅଧିକାରୀ ରାଜ କିଶୋର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଗତବର୍ଷ ଜିଲ୍ଲାରେ ୪୨ଟି ମଣ୍ଡି ଖୋଲାଯାଇ ୧୦ଲକ୍ଷ ୯୮ ହଜାର କ୍ବିଣ୍ଟାଲ ଧାନ କିଣାଯିବାକୁ ଲକ୍ଷ୍ୟ ରଖା ଯାଇଥିଲା । ତେବେ ଚଳିତ ବର୍ଷ ଜଳସେଚିତ ଜମି ଚାଷୀ ଏକର ପିଛା ୧୯ କ୍ବିଣ୍ଟାଲ ଧାନ ଏବଂ ଅଣଜଳସେଚିତ ଜମି ଚାଷୀ ଏକର ପିଛା ୧୩ କ୍ବିଣ୍ଟାଲ ଧାନ ଚାଷୀ ବିକ୍ରି କରିପାରିବେ ବୋଲି ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମଣ୍ଡିରେ ଧାନ ବିକ୍ରି କରିବାର ୪୮ ଘଣ୍ଟା ମଧ୍ୟରେ ଚାଷୀ ଆକାଉଣ୍ଟରେ ଟଙ୍କା ପଇଠ ହୋଇଯିବା ନେଇ ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details