ରାୟଗଡା: ମାଓବାଦୀଙ୍କ ତୁମୁଳ କାଣ୍ଡ । ରାସ୍ତା କାମରେ ନିୟୋଜିତ ଜେସିବି ପୋଡି ନିଜ ସ୍ଥିତି ଜାହିର କରିଛିନ୍ତି । ସବୁବେଳେ ଦୁର୍ଗମ ଅଞ୍ଚଳରେ ରାସ୍ତା କାମକୁ ବିରୋଧ କରି ପୋଡା ଜଳା କରୁଥିବାବେଳେ ଶୁକ୍ରବାର ରାତିରେ ରାସ୍ତା କାମରେ ନିୟୋଜିତ 2 ଜେସିବି ଓ ରୋଲରରେ ନିଆଁ ଲଗାଇଛନ୍ତି ।
ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ ଶରଧାପୁର ଠାରୁ ଥୁଆପାଡ଼ି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଅନ୍ତର୍ଗତ ଚାଲିଥିଲା ରାସ୍ତା କାମ । ଏହି କାମକୁ ବିରୋଧ କରି ମାଓବାଦୀ ଘଟାଇଛନ୍ତି ଲଙ୍କା କାଣ୍ଡ ।