ଓଡିଶା

odisha

ETV Bharat / state

ଅପରେସନ ଦେଶୀ ମଦ ଭାଟି ଭଙ୍ଗା ଅଭିଯାନ ଆରମ୍ଭ - Operation local liquor demolition campaign

ମହିଳା ଆରମ୍ଭ କଲେ ଅପରେସନ ଦେଶୀ ମଦ ଭାଟି ଭଙ୍ଗା ଅଭିଯାନ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଟିକିରି ଥାନା ଅଞ୍ଚଳରେ । ଏହି ଅଞ୍ଚଳର ପାହାଡ଼ ସନ୍ଧିରେ ବହିଯାଉଥିବା ଝରଣା ନିକଟରେ ରନ୍ଧା ଚାଲିଛି ବେଧଡ଼କରେ ଚୋରା ଦେଶୀ ମଦ । ଏହାକୁ ରୋକିବା ପାଇଁ ମହିଳାମାନେ ଆଗେଇ ଆସିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଅପରେସନ ଦେଶୀ ମଦ ଭାଟି ଭଙ୍ଗା ଅଭିଯାନ ଆରମ୍ଭ
ଅପରେସନ ଦେଶୀ ମଦ ଭାଟି ଭଙ୍ଗା ଅଭିଯାନ ଆରମ୍ଭ

By

Published : Sep 9, 2020, 4:49 PM IST

ରାୟଗଡ଼ା: କାହାପାଇଁ ପୁଷମାସ ତ ପୁଣି କାହାପାଇଁ ସର୍ବନାସ । କୋରୋନା ଆଣିଛି ଏଭଳି ଉପହାର । ସାରା ଦେଶରେ କୋରୋକୁ ନେଇ ଲକଡ଼ାଉନ, ସଟଡ଼ାଉନ ଚାଲିଥିବାବେଳେ ଏହାର ବେଶ ଫାଇଦା ନେଉଛନ୍ତି ମଦ ମାଫିଆ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ଥାନା ଅଞ୍ଚଳର ପାହାଡ଼ ସନ୍ଧିରେ ବହିଯାଉଥିବା ଝରଣା ନିକଟରେ ରନ୍ଧା ଚାଲିଛି ବେଧଡ଼କରେ ଚୋରା ଦେଶୀ ମଦ । ସେଥିପାଇଁ ସ୍ଥାନୀୟ ପୋଲସ ସହାୟତାରେ ଟିକିରି ଝୋଡ଼ିଆସାହି, ପରଜାସାହି ଏବଂ କନ୍ଧସାହିର ମହିଳାମାନେ ଏକାଠି ହୋଇ ଆରମ୍ଭ କରିଛନ୍ତିି ଅପରେସନ ବେଆଇନ ଚୋରା ମଦ ଭାଟି ଭଙ୍ଗା ଅଭିଯାନ ।

ଗୋଟିଏ ପଟେ ଲୋକଙ୍କ ପାଖରେ କାମଧନ୍ଦା ଅଭାବ ସାଙ୍ଗକୁ ଦିନ ଦିନ ଘରେ ବସି ରହିବାର ଫାଇଦା ନେଉଛନ୍ତି ଚୋରା ମଦ ବେପାରୀ । ଏବେ ଗାଁ ଗାଁରେ ଚାଲିଛି ବେଆଇନ ମଦ ଫ୍ୟାକ୍ଟ୍ରରୀ । କେଉଁଠି ପାହାଡ଼ ଖୋଲ ତ ପୁଣି କେଉଁଠି ନଦୀ ଖୋଲକୁ ବାଛି ରଖିଛନ୍ତି ସୁରକ୍ଷିତ ଜାଗା । ଦିନେକି ଅଧେ ନୁହେଁ ମାସ ମାସ ଧରି ରନ୍ଧା ଚାଲିଛି ବେଧଡ଼କରେ ଚୋରା ଦେଶୀ ମଦ । ହେଲେ ଏଥର ଚୋରା ମଦ ବେପାରୀଙ୍କୁ ପାନେ ଦେବାପାଇଁ ପୋଲିସ କି ଅବକାରୀ ବିଭାଗ ନୁହେଁ ବରଂ ଏଥର ଅଣ୍ଟା ଭିଡ଼ିଛନ୍ତି ଗାଁର ମହିଳାମାନେ ।

ଅପରେସନ ଦେଶୀ ମଦ ଭାଟି ଭଙ୍ଗା ଅଭିଯାନ ଆରମ୍ଭ

ବର୍ତ୍ତମାନ ସ୍ଥିତିରେ ରୋଜଗାର ନଥିବାବେଳେ ଘରର ପୁରୁଷମାନେ ଘରେ ମହଜୁଦ ଥିବା ଧାନ ମାଣ୍ଡିଆ ଚାଉଳ ବିକିବା ସହ ସ୍ତ୍ରୀ ପିଲାଙ୍କ ସୁନା ଗହଣା ବିକି ମଦ ପିଇ ଘରେ ମରାପିଟା କରୁଥିବା ମହିଳାମାନେ ଅଭିଯୋଗ ଆଣିଛନ୍ତି । ହେଲେ ପଣ କରିଛନ୍ତି ନା ରହିବ ଚୁଲି ନା ହେବ ମଦରନ୍ଧା । ମୂଳରୁ ଭାଙ୍ଗିଲେ ସବୁ ସରିବ । ଏହାର ନ୍ୟାୟରେ ମହିଳାମାନେ ପୋଲିସ ସହାୟତାରେ ଆରମ୍ଭ କରିଛନ୍ତି ଅପରେସନ ଭାଟି ଭଙ୍ଗା ଅଭିଯାନ । ଏଥିରେ ସ୍ଥାନୀୟ ପୋଲିସ ମଧ୍ୟ ସହାୟତା ଯୋଗାଇ ଦେଉଛି ।

ତେବେ ଏନେଇ ରାୟଗଡ଼ା ଏସପିଙ୍କ କହିବା କଥା ହେଲା ଏହି ଲକଡ଼ାଉନ ସମୟରେ ପୋଲିସ ପକ୍ଷରୁ ୩୮୯ ମାମଲା ରୁଜୁ କରାଯିବା ସହିତ ୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଗିରଫ କରାଯାଇଛି । ତାସହ ହଜାର ହଜାର ଲିଟର ପୋଚ ସାଙ୍ଗକୁ ମଦ ମଧ୍ୟ ନଷ୍ଟ କରାଯାଇଛି । କେବଳ ପୋଲିସ କି ଅବକାରୀ ବିଭାଗ ଏହାକୁ ରୋକି ପାରିବ ନାହିଁ । ଏଥିପାଇଁ ଟିକିରି ଭଳି ଜିଲ୍ଲାର ଅନ୍ୟ ଅଞ୍ଚଳରେ ମଧ୍ୟ ସ୍ଥାନୀୟ ଲୋକ ସଚେତନ ହେବେ ତେବେ ଜିଲ୍ଲାରୁ ବେଆଇନ ଚୋରା ମଦ ଭାଟି ଅପସରିଯିବ ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details