ରାୟଗଡ଼ା: ଜିଲ୍ଲାରେ ଜୋର ଧରିଛି ଅପରେସନ ଗ୍ରୀନ ଡ଼ାଇମଣ୍ଡ(Operation Green Diamond in Rayagada) । ଜଙ୍ଗଲ ବିଭାଗ, ପୋଲିସ, ଅବକାରୀ ବିଭାଗ ଏବଂ ରାଜସ୍ବ ବିଭାଗର ମିଳିତ ସ୍ବତନ୍ତ୍ର ଟାସ୍କଫୋର୍ସ ଜିଲ୍ଲାରୁ ଗଞ୍ଜେଇ ଚାଷ ନିଶ୍ଚିହ୍ନ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।
କିଛି ଦିନ ବ୍ୟବଧାନରେ ଆରମ୍ଭ ହୋଇଥିବା ଅପରେସନ ଗ୍ରୀନ ଡ଼ାଇମଣ୍ଡ ଫଳରେ ବର୍ତ୍ତମାନ ସୁଦ୍ଧା ୩୦୦ ଏକରରୁ ଊର୍ଦ୍ଧ୍ବ ଜମିରୁ ନଷ୍ଟ କରି ସାରିଲେଣି ବେଆଇନ ଗଞ୍ଜେଇ ଚାଷ । ଆଜି(ସୋମବାର) ପଦ୍ମପୁର ଥାନା ଅନ୍ତର୍ଗତ କେନ୍ଦୁଗୁଡ଼ା ଦୁର୍ଗମ ଅଞ୍ଚଳର ତୋତାଲପଙ୍ଗା ଗାଁ ନିକଟରେ 55 ଏକର ଜମିରୁ ଏହି ଗଞ୍ଜେଇ ଗଛକୁ ନଷ୍ଟ କରିଛନ୍ତି ।