ରାୟଗଡା: ମହାମାରୀ କୋରୋନା ଭୂତାଣୁ ସାରା ବିଶ୍ବରେ ଆତଙ୍କ ଖେଳାଇଦେଇ ଥିବାବେଳେ ଦେଶରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଏପଟେ ସରକାର ଏହାକୁ ରାଜ୍ୟ ବିପତ୍ତି ଘୋଷଣା କରି ସମାଜିକ ଦୂରତାକୁ କଡାକଡି କରିଛନ୍ତି ।
ସେପଟେ ଦେଶର ନିଜାମୁଦ୍ଦିନ ଧର୍ମସଭାକୁ ନେଇ ଭୟର ବାତାବରଣ ଦେଖାଦେଇଥିବାବେଳେ ଗତ ଦୁଇଦିନ ତଳେ ରାୟଗଡା ସହରର ଏକ ସମଜିଦରୁ ଜିଲ୍ଲାବାହାରୁ ଆସିଥିବା 8 ଜଣଙ୍କୁ ଉଦ୍ଧାର କରିଛି ରାୟଗଡା ପୋଲିସ । ରାୟଗଡା ପୁଲିସ ଉକ୍ତ ମସଜିଦରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ରାୟଗଡା ଜିଲ୍ଲା ଚିକିତ୍ସାଳୟକୁ ନେଇଥିଲା । ପରେ ପ୍ରାଥମିକ ପରୀକ୍ଷା ପରେ ପୁଣି ଥରେ ସେମାନଙ୍କୁ ସେହି ମସଜିଦରେ ସଙ୍ଗରୋଧ ଭାବେ ରଖାଯାଇଛି ।