ରାୟଗଡ଼ା :ଗୁଡାରୀ ଥାନା ନାଇରା ଗାଁରେ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୃତକ ଜଣକ ହେଲେ କିରଣ ଟାକ୍ରୀ, ବୟସ ପ୍ରାୟ 32 ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଘରେ ଶୋଇଥିବାବେଳେ କେହି ଦୁର୍ବୃତ୍ତ ତାଙ୍କୁ ଗୁଳି କରି ହତ୍ୟା କରିଛି ।
ଖବର ପାଇ ଗୁଡାରୀ ଆଇଆଇସି ସୁଶାନ୍ତ କୁମାର ତାଉଡିଆ ଓ ଗୁଣପୁର ଏସଡିପିଓ ରାଜକିଶୋର ଦାସ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ଅନୁସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଚଳାଇଛନ୍ତି । ତେବେ କାହିଁକି, କ’ଣ ପାଇଁ ଓ କିଏ ହତ୍ୟା କରିଛି ତାହା ସ୍ପଷ୍ଟ ଜଣାପଡିନାହିଁ । ଏପଟେ ଆରକ୍ଷୀ ଅଧୀକ୍ଷକ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି ।