ରାୟଗଡ଼ା: ଗୁଣପୁର ବ୍ଲକ ଅନ୍ତର୍ଗତ ଘନତରୀ ଗ୍ରାମରେ ବୁଧବାର ବ୍ରଜପାତ ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତକ ମହିଳା ହେଲେ ଘନତରୀ ଗ୍ରାମର ରେବତୀ ଶବର । ତାଙ୍କ ବୟସ 40 ।
ବଜ୍ରପାତରେ ଜଣେ ମୃତ, ଦୁଇ ଗୁରୁତର - ବଜ୍ରପାତରେ ଜଣେ ମୃତ ଦୁଇ ଗୁରୁତର
ଗୁଣପୁର ବ୍ଲକ ଅନ୍ତର୍ଗତ ଘନତରୀ ଗ୍ରାମରେ ବୁଧବାର ବ୍ରଜପାତ ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଅଧିକ ପଢ଼ନ୍ତୁ...
![ବଜ୍ରପାତରେ ଜଣେ ମୃତ, ଦୁଇ ଗୁରୁତର one person dies, 2 others are two seriously injured, Lightning strike, thunder, ବଜ୍ରପାତରେ ଜଣେ ମୃତ ଦୁଇ ଗୁରୁତର, ରାୟଗଡ଼ା ଖବର](https://etvbharatimages.akamaized.net/etvbharat/prod-images/768-512-7564119-30-7564119-1591806715841.jpg)
ବଜ୍ରପାତରେ ଜଣେ ମୃତ ଦୁଇ ଗୁରୁତର
ବଜ୍ରପାତରେ ଜଣେ ମୃତ ଦୁଇ ଗୁରୁତର
ସୂଚନା ଅନୁସାରେ ସ୍ବାମୀ ତାଇଗ୍ରୀନ ଶବର ଏବଂ ପୁଅ ଜରଲାଙ୍ଗ ଶବର ସହିତ ସେ ନିଜ ଜମିରେ କାମ କରୁଥିବା ବେଳେ ସନ୍ଧ୍ୟାରେ ବର୍ଷା ପବନ ସାଙ୍ଗକୁ ବଜ୍ରପାତ ହୋଇଥିଲା । ବଜ୍ରପାତ ଯୋଗୁଁ ଘଟଣାସ୍ଥଳରେ ରେବତୀଙ୍କ ମୃତ୍ୟୁ ଘିଟିଥିବାବେଳେ ସ୍ଵାମୀ ତାଇଗ୍ରୀନ ଶବର ଏବଂ ପୁଅ ଜରଲାଙ୍ଗ ଶବରଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଗୁଣପୁର ମେଡିକାଲରେ ଭର୍ତ୍ତି କରିଛିନ୍ତି ।
ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ