ଓଡିଶା

odisha

By

Published : Sep 2, 2019, 4:47 PM IST

Updated : Sep 2, 2019, 4:57 PM IST

ETV Bharat / state

ପଥଚାରୀଙ୍କ ଉପରେ ମାଡିଗଲା ଟ୍ରକ; ଜଣେ ମୃତ, ଜଣେ ଗୁରୁତର

ରାୟଗଡାର କୋଲନରା ବ୍ଳକ ଅଧିନସ୍ଥ ଭୁଜବଳ ଠାରେ ହୋଇଥିବା ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ରାୟଗଡା

ରାୟଗଡା: ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ରାୟଗଡାର କୋଲନରା ବ୍ଳକ ଅଧିନସ୍ଥ ଭୁଜବଳ ଠାରେ ଘଟିଛି ଏହି ଦୁର୍ଘଟଣା।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ରାୟଗଡା

ସୋମବାର ଚୈତନ ଗୁଆବଂଶ ନାମକ ବ୍ୟକ୍ତି ଭୁଜବଳ ଗାଁରୁ କାମ କରିବା ପାଇଁ ଜେକେ କାଗଜକଳକୁ ଯାଉଥିଲେ । ଏହି ସମୟରେ ଏକ 407 ଗାଡି ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ସେପଟେ ସେହି ରାସ୍ତା ଦେଇ ଯାଉଥିବା ଜଣେ ପଥଚାରୀ ବିରସିଂହ ନାମକ ବ୍ୟକ୍ତିଙ୍କ ଗୋଡ ଉପରେ ଗାଡିଟି ଚଢ଼ିଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ବିଶାଖାପାଟଣାକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ଚାନ୍ଦିଲି ପୋଲିସ ପହଞ୍ଚି ଗାଡିକୁ ଜବତ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରାୟଗଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Sep 2, 2019, 4:57 PM IST

ABOUT THE AUTHOR

...view details