ରାୟଗଡା: କୋରୋନା ସଚେତନତା ଓ ସତର୍କତା ପାଇଁ ରାଜ୍ୟ ସରକାର ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି । ଏନେଇ ସେ ବାହାର ରାଜ୍ୟ ବା ଦେଶରୁ ଆସୁଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଖବର କରିବା ସହ 14 ଦିନ କ୍ବାରେଣ୍ଟାଇନରେ ରହିବାର ନିୟମ ରହିଛି । ହେଲେ ଏହି ନିୟମ ଉଲଂଘନ କରି ଶନିବାର ରାୟଗଡାରୁ ଜଣେ ଗିରଫ ହୋଇଛନ୍ତି ।
ବିଦେଶରୁ ଆସି ତଥ୍ୟ ଲୁଚାଇବା ପଡିଲା ମହଙ୍ଗା, ଜଣେ ଗିରଫ - ରାୟଗଡାରୁ ଜଣେ ବ୍ୟକ୍ତି ଗିରଫ
କୋରୋନା ସଚେତନତା ଓ ସତର୍କତା ପାଇଁ ରାଜ୍ୟ ସରକାର ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି । ହେଲେ ଏହି ନିୟମ ଉଲ୍ଲଂଘନ କରି ଶନିବାର ରାୟଗଡାରୁ ଜଣେ ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ...
![ବିଦେଶରୁ ଆସି ତଥ୍ୟ ଲୁଚାଇବା ପଡିଲା ମହଙ୍ଗା, ଜଣେ ଗିରଫ One man arrested from rayagada, rayagada latest news, corona rule violation in rayagada, ରାୟଗଡା ଲାଟେଷ୍ଟ ନ୍ୟୁଜ୍, ରାୟଗଡାରୁ ଜଣେ ବ୍ୟକ୍ତି ଗିରଫ, ରାୟଗଡାରେ କୋରୋନା ନିୟମ ଉଲଂଘନ](https://etvbharatimages.akamaized.net/etvbharat/prod-images/768-512-6578969-thumbnail-3x2-rgd.jpg)
ବିଦେଶରୁ ଆସି ତଥ୍ୟ ଲୁଚାଇବା ପଡିଲା ମହଙ୍ଗା, ଜଣେ ଗିରଫ
ଗିରଫ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଗୁଣୁପୁରର ରାମଚନ୍ଦ୍ର ମିଶ୍ରଙ୍କ ପୁଅ ଶିବ କୁମାର ମିଶ୍ର । ସେ ଫେବୃଆରୀ 16ରେ ୟୁଏସଏରୁ ଫେରିଥିବା ବେଳେ ସରକାରୀ ନିୟମ ଉଲଂଘନ କରିବା ସହ ଡାକ୍ତରଖାନାରେ ନାମ ଦାଖଲ କରିନଥିଲେ, କି 14 ଦିନ କ୍ବାରେଣ୍ଟାଇନରେ ରହିନଥିଲେ । ଏନେଇ ନିୟମ ଉଲଂଘନ ଅଭିଯୋଗରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ତାଙ୍କୁ ମାମଲା ନଂ- 49/20 ୟୁ/ଏସ-188/269/270 ଆଧାରରେ ଗିରଫ କରାଯାଇଛି । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଗୁଣୁପୁର ଆଇଆଇସି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ