ଓଡିଶା

odisha

ETV Bharat / state

ଟ୍ରକ ଡ୍ରାଇଭରଙ୍କର କଟିଲା 1 ଲକ୍ଷ 10 ହଜାର ଟଙ୍କାର ଚାଲାଣ - ପରିବହନ ବିଭାଗର ଧରପଗଡ଼

ପୁରିଲା କଣ୍ଟ । ଆଉ ଏବେ ଆରମ୍ଭ ହୋଇଛି ପରିବହନ ବିଭାଗର ଧରପଗଡ । ପ୍ରତ୍ୟେକ ସ୍ଥାନରେ କଡା ଚେକିଂ କରାଯାଉଥିବାବେଳେ ରାୟଗଡାରେ ଜଣେ ଟ୍ରକ ଡ୍ରାଇଭରଙ୍କୁ ଲକ୍ଷେ 10 ହଜାର ଟଙ୍କାର ଜୋରିମାନା ହୋଇଥିବା ଜଣାପଡିଛି । ଯାହା ରାଜ୍ୟର ସର୍ବାଧିକ ଜୋରିମାନା ବୋଲି କୁହାଯାଉଛି ।

aa
ଟ୍ରକ ଡ୍ରାଇଭରଙ୍କର କଟିଲା 1 ଲକ୍ଷ 10 ହଜାର ଟଙ୍କାର ଚାଲାଣ

By

Published : Mar 2, 2020, 4:35 AM IST

ରାୟଗଡା: ଆରମ୍ଭ ହୋଇଛି ପରିବହନ ବିଭାଗର ଧରପଗଡ଼ ଅଭିଯାନ । ଅବଧୀ ଶେଷ ପରେ ପରିବହନ ବିଭାଗ ଏବେ ଆକ୍ସନ ମୁଡ଼ରେ । ଅଜିଠାରୁ ପରିବହନ ବିଭାଗ ଧରପଗଡ଼ ପାଇଁ ଅଟାଂ ଭିଡ଼ିଥିବା ବେଳେ ପ୍ରଥମ ଦିନରେ ହିଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ରାୟଗଡାରେ ଜିଲ୍ଲାରେ ଜଣେ ଟ୍ରକ ଡ୍ରାଇଭରଙ୍କୁ ସର୍ବାଧିକ ଜୋରିମାନା ହୋଇଥିବା ଜଣାପଡିଛି ।

ଟ୍ରକ ଡ୍ରାଇଭରଙ୍କର କଟିଲା 1 ଲକ୍ଷ 10 ହଜାର 8 ଶହ ଟଙ୍କାର ଚାଲାଣ

ରାୟଗଡ଼ା ଆଞ୍ଚିଳିକ ପରିବହନ ଅଧିକାରୀ ଦିଲିପ କୁମାର ଦଳେଇ ପୁଲିସ ସହାୟତାରେ ସହର ଉପକଣ୍ଠସ୍ଥିତ ଖଲିଗୁଡ଼ା ଠାରେ ବିଭିନ୍ନ ଗାଡ଼ି ଯାଞ୍ଚ କରିଥିଲେ । ଏହି ସମୟରେ ବିଶାଖାପାଟଣାରୁ ଜେକେ କାଗଜକଳକୁ ଝାଉଁ କାଠ ନେଇ ଆସୁଥିବା ଏକ ଟ୍ରକକୁ ଯାଞ୍ଚ ସମୟରେ ଉକ୍ତ ଗାଡ଼ିରେ ପରିମିଟ କିମ୍ବା ଓଡ଼ିଶା ଟ୍ୟାକ୍ସ ପୈଠ କରିନଥିବା ଜଣା ପଡ଼ିଥିଲା । ଫଳରେ ଉକ୍ତ ଟ୍ରକଟିକୁ ଏକ ଲକ୍ଷ ୧୦ ହଜାର ୮ ଶହ ଟଙ୍କା ଜୋରିମାନା ପକାଇଛନ୍ତି । ଯାହାକି ସାରା ରାଜ୍ୟ ପାଇଁ ସର୍ବାଧିକ ଜୋରିମାନା ବୋଲି ଜଣାପଡ଼ିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details