ଓଡିଶା

odisha

ETV Bharat / state

ମାଆକୁ ବାହାରେ ପିଙ୍ଗି ଆଜାଦ୍‌ରେ ଅଫିସର ପୁଅ

90 ବର୍ଷୀୟା ବୃଦ୍ଧାଙ୍କ ଅକୁହା ଯନ୍ତ୍ରଣା । ପୁଅ ବୋହୂ ଆଶ୍ରୟ ଦେବା ପରିବର୍ତ୍ତେ କିଳି ଦେଉଛନ୍ତି କବାଟ । ସତରେ କେଡେ ବିଚିତ୍ର ଆଜିର ଦୁନିଆ । ଦୁଇଟି ପୁଅ ଥାଇ ମଧ୍ୟ ମାଆକୁ କୋଳେଇ ନେବାକୁ କୁଣ୍ଠାବୋଧ କରୁଛି ପୁଅ ।

By

Published : May 8, 2019, 7:00 PM IST

Updated : May 8, 2019, 7:42 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡ଼ା

ରାୟଗଡା: ବୟସର ଅପରାହ୍ଣରେ ସନ୍ତାନ ହିଁ ଏକମାତ୍ର ସାହା ଭରସା । ତାକୁ ଦେଖି ଆଉ କିଛିଟା ସମୟ ବିତାଇବାକୁ ସ୍ବପ୍ନ ଦେଖନ୍ତି ବୃଦ୍ଧା ବାପାମାଆ । ହେଲେ 42 ଡିଗ୍ରୀର ତତଲା ଖରାରେ ଯେତେବେଳେ 90 ବର୍ଷୀୟ ବୃଦ୍ଧା ମାଆ ପୁଅକୁ ଡାକି ଡାକି ଘର ବାହାରେ ଶୋଇପଡେ । ସେତେବେଳେ ଧିକାର ଆସେ ମଣିଷ ପଣିଆକୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡ଼ା

ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକର 90 ବର୍ଷୀୟ ବୃଦ୍ଧା କ୍ରୀଷ୍ଟାବେଣୀ । କହିବାକୁ ଗଲେ ତାଙ୍କର 2ଟି ପୁଅ । ବଡ ପୁଅ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ହୋଇଥିବା ବେଳେ ଅନ୍ୟ ଜଣେ ହୋଟେଲ ବୟ ଭାବେ କାର୍ଯ୍ୟରତ । ଦୁଇ ପୁଅ ରାୟଗଡାରେ ବାସ କରୁଥିବା ବେଳେ ବୃଦ୍ଧାଙ୍କ ଅସୁସ୍ଥତା ଯୋଗୁଁ ବୃଦ୍ଧାଙ୍କୁ ବଡ ପୁଅ ତାଉଟେୟାଙ୍କ ନିକଟରେ ଛାଡି ଆସିଥିଲେ ଗ୍ରାମବାସୀ ।

କିନ୍ତୁ ବଡପୁଅ ନିଜର ଅସୁସ୍ଥତା କାରଣ ଦର୍ଶାଇ ସାନ ଭାଇ ଏସ.ରାବଣା ନିକଟକୁ ମାଆକୁ ପଠାଇଥିଲେ । କିନ୍ତୁ ସେପଟେ ନିଜର ଦାରିଦ୍ରତା କାରଣରୁ ଡହଡହ ଖରାରେ ମାଆକୁ ଛାଡି ଆସିଥିଲା ସାନ ପୁଅ । ଆଉ ସେମିତି ସେହି ବୃଦ୍ଧା ଜଣକ ଖରାତରାରେ ପୁଅକୁ ଡାକ ଛାଡୁଥିଲେ ବୃଦ୍ଧା ଜଣକ ।

ହାତ ଥୁରୁଥୁରୁ ବୟସରେ ନା ଠିକରେ ଉଠି ପାରୁଛି ନା ବସିପାରୁଛି । ସେମିତି ଖନେଇ ଖନେଇ ଘର ବାହାରୁ ପୁଅକୁ ଡାକ ଛାଡୁଥିଲା ମାଆ । ହେଲେ ଘରକୁ ଡାକିବା ବଦଳରେ କବାଟ କିଳି ଦେଲେ ପୁଅ ବୋହୂ । ଆଉ ସେମିତି ପୁଅକୁ ଡାକୁ ଡାକି ତାହାରି ଦ୍ବାରରେ ଶୋଇପଡିଲେ ବୃଦ୍ଧା ।

ପୂର୍ବରୁ ଏ ଘଟଣାରେ ବୈଶ୍ୟ ସମାଜ ହସ୍ତକ୍ଷେପ କରି ବଡପୁଅ ତାଉଟେୟା ମାଆର ଭରଣପୋଷଣ ପାଇଁ ମାସିକ ୫ ହଜାର ଦେବା ପାଇଁ ସହମତି ପ୍ରକାଶ କରିଥିଲେ । ଏଥିସହ ଗାଁରେ ଥିବା ପୈତୃକ ସଂପତି ବିକ୍ରୀ କରି ମାଆ ନାଁରେ କରିଦେବା ପାଇଁ ମଧ୍ୟ ରାଜି ହୋଇଥିଲେ । କିନ୍ତୁ କିଛି ଦିନ ବ୍ୟବଧାନ ପରେ ସେହି ସମାଜ ପରିସ୍ଥିତି ଉପୁଜିଛି । ଯାହାକୁ ନେଇ ପୋଲିସ ହସ୍ତକ୍ଷେପ କରିବା ସହ ବଡପୁଅ ତାଉଟେୟା ଏବଂ ତାଙ୍କ ପତ୍ନୀ ପ୍ରମିଳାଙ୍କୁ ଥାନାକୁ ନେଇ ଅଟକ ରଖିଛି ।

ଏଥିସହ ଏକ ସ୍ଥାୟୀ ସମାଧାନ ରୂପରେ ୫ ହଜାର ବଦଳରେ ମାସିକ ୭ ହଜାର ଟଙ୍କା ମାର ଭରଣ ପୋଷଣ ପାଇଁ ତାଉଟେୟା ଦେବାକୁ ରାଜି ହୋଇଥିବା ଜଣାପଡିଛି । ତେବେ ଘଟଣାମାନକୁ ଦେଖିଲେ ମନେ ହୁଏ ସତେ କେଡେ ବିଚିତ୍ର ଆଜିକା ସମାଜ ।


ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : May 8, 2019, 7:42 PM IST

ABOUT THE AUTHOR

...view details