ଓଡିଶା

odisha

ETV Bharat / state

ଅଡୁଗୁଡା ଗାଁରେ କୋରୋନା ଭୟ: ସ୍ବାବ ଟେଷ୍ଟ ପାଇଁ ଦାବି କଲେ ଗ୍ରାମବାସୀ - କୋଭିଡ-19

ପ୍ରଥମ କୋରୋନା ଚିହ୍ନଟ ପରେ ରାୟଗଡା ଅଡୁଗୁଡା ଗାଁରେ ଅଶାନ୍ତି ସୃଷ୍ଟି । କୋରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ସ୍ବାବ ଟେଷ୍ଟ କରିବାକୁ ଅଡି ବସିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

ଅଡୁଗୁଡା ଗାଁରେ କୋରୋନା ଭୟ: ସ୍ବାବ ଟେଷ୍ଟ ପାଇଁ ଦାବି କଲେ ଗ୍ରାମବାସୀ
ଅଡୁଗୁଡା ଗାଁରେ କୋରୋନା ଭୟ: ସ୍ବାବ ଟେଷ୍ଟ ପାଇଁ ଦାବି କଲେ ଗ୍ରାମବାସୀ

By

Published : Jun 8, 2020, 11:03 AM IST

ରାୟଗଡା ସ୍ବାବ ଟେଷ୍ଟକୁ ନେଇ ରାୟଗଡାର ଅଡୁଗୁଡା ଗାଁରେ ଅଶାନ୍ତି ସୃଷ୍ଟି । ଜିଲ୍ଲାରେ ପ୍ରଥମ କୋରୋନା ଚିହ୍ନଟ ପରେ ଗ୍ରାମବାସୀଙ୍କ ଭିତରେ ଦେଖାଦେଇଛି ଆତଙ୍କ । ଗ୍ରାମବାସୀ ନିଜ ନିଜର ସ୍ବାବ ଟେଷ୍ଚ କରିବାକୁ ଦାବି କରି ଜିଲ୍ଲାପ୍ରଶାସନ ନିକଟକୁ ଚିଠି ଲେଖିଛନ୍ତି ।

ଅଡୁଗୁଡା ଗାଁରେ କୋରୋନା ଭୟ: ସ୍ବାବ ଟେଷ୍ଟ ପାଇଁ ଦାବି କଲେ ଗ୍ରାମବାସୀ

ଗତ ୩ ତାରିଖ ଦିନ ରାୟଗଡା ଜିଲ୍ଳାର ଅଡୁଗୁଡା ଗାଁରୁ ପ୍ରଥମ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ଆକ୍ରାନ୍ତ ଜଣକ ଦିଲ୍ଲୀ ଫେରନ୍ତା ୨୦ ବର୍ଷୀୟ ଯୁବତୀ । ଯୁବତୀଙ୍କ ନିଜସ୍ୱ ଛୋଟ ଘରେ ସଙ୍ଗରୋଧ ରହିବା ପାଇଁ ସୁବିଧା ନଥିବା ବେଳେ ପୌର ପ୍ରଶାସନ ତାଙ୍କୁ କ୍ବାରେଣ୍ଟାଇନ କେନ୍ଦ୍ରରେ ରଖିନଥିଲେ । ଫଳରେ ଆକ୍ରାନ୍ତ ଯୁବତୀ ନିଜ ଘରେ ରହିଥିଲେ । ଯାହାକୁ ନେଇ ଗ୍ରାମବାସୀ ଦୃଢ ବିରୋଧ କରିଥିଲେ । ପରେ ଯୁବତୀ ଜଣକ ରାୟଗଡା ରାମକୃଷ୍ଣ ନଗରରେ ଏକ ଭଡାଘରେ ରହୁଥିଲେ ।

ସେପଟେ ଗାଁରେ ରହଣୀ ମଧ୍ୟରେ ଉକ୍ତ ଯୁବତୀ ଜଣକ ଅନେକ ଗ୍ରାମବାସୀଙ୍କ ସଂସ୍ପର୍ଶରେ ଆସିଥିବାରୁ ଭୟରେ ନିଜ ନିଜର ସ୍ୱାବ୍ ଟେଷ୍ଟ କରିବା ପାଇଁ ଅଡି ବସିଛନ୍ତି ଗ୍ରାମବାସୀ । କେହି ନ ଶୁଣିବାରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେଇଛନ୍ତି । ଏପଟେ କଣ୍ଟେନମେଣ୍ଟ ଜୋନରେ ପୌରସଂସ୍ଥା ଓ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜେସନ୍ ଜାରି ରହିଛି । ଅଭିଯୋଗ ପରେ ଉପ-ଜିଲାପାଳ ଓଡୁଗୁଡା ଗାଁ କୁ ଯାଇ ଲୋକଙ୍କ ସହ ଆଲୋଚନା କରିଛନ୍ତି । ତେବେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ରାୟଗଡା ଉପଜିଲ୍ଲାପାଳ କହିଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ. ଇଟିଭି ଭାରତ

ABOUT THE AUTHOR

...view details