ରାୟଗଡା:କାଶୀପୁରରେ କଲବଲ କରୁଛି ହଇଜା ଆତଙ୍କ । ସ୍ଥିତି ଅନୁଧ୍ୟାନ କଲା ରାଜ୍ୟ ବିଜେପିର ଏକ ଟିମ୍ । ଅନୁଧ୍ୟାନ ପରେ ଏ ପ୍ରସଙ୍ଗ ବିଧାନସଭାରେ ଉଠାଇବା ନେଇ ମତ ରଖିଲେ ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ । କାଶୀପୁର ବ୍ଲକରେ ହଇଜା ସ୍ଥିତି ବର୍ତ୍ତମାନ ଉଦବେଗଜନକ ରହିଛି, ସରକାର ଓ ସରକାରୀ କଳର ଦାୟିତ୍ୱ ହୀନତା ଯୋଗୁଁ ଏହିଭଳି ରୋଗ ବ୍ୟାପିଥିବା ସେ ଅଭିଯୋଗ କରିଛନ୍ତି ।
'ବିକାଶର କଥା କହୁଥିବା ରାଜ୍ୟ ସରକାର କାଶୀପୁରବାସୀଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଣରେ ଫେଲ ମାରିଥିବା ବେଳେ ଏହାର ଫଳ ଭୋଗୁଛନ୍ତି ନୀରିହ ଜନତା । ସେହିଭଳି ଆବଶ୍ୟକ ଡାକ୍ତର ମଧ୍ୟ ଏଠି ନାହାନ୍ତି, ହଇଜା ବ୍ୟାପିବାର ୧୫ ଦିନ ପରେ ରାଜ୍ୟର ମନ୍ତ୍ରୀ କ୍ଷେତ୍ରକୁ ଆସୁଛନ୍ତି । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି କଟାକ୍ଷ କରିଥିଲେ । ଗତ ୨୦ ବର୍ଷ ହେବ ଲଗାତାର ଏହି ଅଞ୍ଚଳରେ ହଇଜା ବ୍ୟାପୁ ଥିଲେ ମଧ୍ୟ ସରକାରଙ୍କ ଉଦାସୀନତା କରାଣରୁ ହଇଜା ବାରମ୍ବାର ବ୍ୟାପୁଥିବା କହିଛନ୍ତି’ ମୋହନ ମାଝୀ ।