ଓଡିଶା

odisha

ETV Bharat / state

ମାଓବାଦୀଙ୍କ ଓଡିଶା ଓ ପୂର୍ବ ଛତିଶଗଡ ବନ୍ଦ ଡାକରା

ରାୟଗଡା ଜିଲ୍ଲାର ସବୁ ସମ୍ବେଦନଶୀଳ ଅଞ୍ଚଳ ଗୁଡିକରେ କୁମ୍ବିଂ ଅପରେସନ ଜୋରଦାର କରାଯିବା ସହ ସର୍ଚ୍ଚ ଅପରେସନ ଜାରି ରହିଛି ।

By

Published : Oct 25, 2019, 2:59 PM IST

ମାଓବାଦୀଙ୍କ ବନ୍ଦ ଡାକରା

ରାୟଗଡା: ସରକାରଙ୍କ ମାଓ ଦମନ ଅଭିଯାନ ଓ ଫାଶୀବାଦୀ ଶାସନ ଅଭିଯାନକୁ ବିରୋଧ କରି ମାଓବାଦୀଙ୍କ ପକ୍ଷରୁ ଓଡିଶା ଏବଂ ପୂର୍ବ ଛତିଶଗଡ ବନ୍ଦ ଡାକରା ଦେଇଛି ସିପିଆଇ ମାଓବାଦୀ ସଙ୍ଗଠନ । ରାୟଗଡା ଜିଲ୍ଲାରେ ସକ୍ରୀୟ ଥିବା ବାଂଶଧାରା ଘୁମୁସର ନାଗାବଳି ଡଭିଜନର ସିପିଆଇ ମାଓବାଦୀ ସଙ୍ଗଠନ ସମ୍ପାଦିକା ମିତା ପୂର୍ବରୁ ଏକ ଅଡିଓଟେପ ଜାରି ଏହି କରି ବନ୍ଦ ଡାକରା ଦେଇଥିଲେ ।

ମାଓବାଦୀଙ୍କ ବନ୍ଦ ଡାକରା

ତେବେ ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏଥିପାଇଁ ରାୟଗଡା ଜିଲ୍ଲା ପୁଲିସ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା କହିଛନ୍ତି ରାୟଗଡ଼ା ଏସପି ଶ୍ରବଣ ବିବେକ.ଏମ । ଜିଲ୍ଲାର ସବୁ ସମ୍ବେଦନଶୀଳ ଅଞ୍ଚଳ ଗୁଡିକରେ କୁମ୍ବିଂ ଅପରେସନ ଜୋରଦାର କରାଯିବା ସହ ସର୍ଚ୍ଚ ଅପରେସନ ଜାରି ରହିଛି । ହେଲେ ମୋଟାମୋଟି କହିବାକୁ ଗଲେ ରାୟଗଡାରେ ବନ୍ଦର କିଛି ପ୍ରଭାବ ପଡିପାରି ନାହିଁ ।

ଗତ ଅକ୍ଟୋବର ୧୬ ତାରିଖରେ ବାଘୁନା ଡିଭିଜନ ସମ୍ପାଦିକା ମିତା ଜାରି କରିଥିବା ଅଡିଓ ଟେପରେ ୨୦୦୯ ମସିହାରୁ ସରକାର ଚଳାଇଥିବା ଗ୍ରୀନ ହଣ୍ଟ ଅପେରେସନ ନାମରେ ନିରୀହ ଆଦିବାସୀଙ୍କୁ ପ୍ରତାଡିତ କରିବା, ନାଗାବଳୀ ଡିଭିଜନରେ ଚାଲୁଥିବା ସମସ୍ତ ଗଣତାନ୍ତ୍ରିକ,ପ୍ରାକୃତିକ ସମ୍ପଦକୁ ବହୁ ରାଷ୍ଟ୍ରିୟ କମ୍ପାନୀ ହାତକୁ ଟେକି ଦେବା ପାଇଁ ସରକାର ଏଭଳି ପ୍ରୟାସ କରୁଥିବା କୁହାଯାଇଛି । ଏହାସହ ବନ୍ଦକୁ ସଫଳ କରିବାକୁ ସମସ୍ତଙ୍କୁ ଅଡିଓ ଟେପ ମାଧ୍ୟମରେ ନିବେଦନ କରିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details