ଓଡିଶା

odisha

By

Published : Apr 16, 2020, 12:08 AM IST

ETV Bharat / state

ମାସ୍କ ନାହିଁ ତ ପେଟ୍ରୋଲ ନାହିଁ, ଅମାନିଆଙ୍କଠାରୁ ଫାଇନ ଆଦାୟ

ମାସ୍କ ନାହିଁ ତ ପେଟ୍ରୋଲ ନାହିଁ । ରାୟଗଡା ଜିଲ୍ଲାର କାଶିପୁର ବ୍ଲକର ବିଭିନ୍ନ ସ୍ଥାନରେ ମାସ୍କ ପାଇଁ କଡାକଡି ଚେକିଙ୍ଗ । ଅମାନିଆଙ୍କଠାରୁ ଫାଇନ ଆଦାୟ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ମାସ୍କ ନାହିଁ ତ ପେଟ୍ରୋଲ ନାହିଁ
ମାସ୍କ ନାହିଁ ତ ପେଟ୍ରୋଲ ନାହିଁ

ରାୟଗଡ଼ା: ରାଜ୍ୟ ସରକାର କୋରୋନାକୁ ନେଇ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିବା ବେଳେ ରାୟଗଡା ଜିଲ୍ଲାର ଟିକିରିରେ ମଧ୍ୟ ଏହାର ପ୍ରଭାବ ପଡିଛି । ବାଇକ ଏବଂ ଚାରିଚକିଆ ଯାନ ସହର ମଧ୍ୟକୁ ଛଡ଼ା ଯାଉନଥିବା ବେଳେ କଡାକଡି ହୋଇଛି ମାସ୍କ ଚେକିଙ୍ଗ । ଟିକିରି, ଦୋରାଗୁଡା, କାଶିପୁର ଥାନା ଅଞ୍ଚଳରେ ଚେକିଙ୍ଗ ଯେଜୋରଦାର ଚାଲିଥିବା ବେଳେ ମାସ୍କ ନାହିଁ ତ ପେଟ୍ରୋଲ ନାହିଁ ନିୟମକୁ କଡାକଡି କରିଛନ୍ତି ପେଟ୍ରୋଲ ପମ୍ପ ମାଲିକ ।

ଅମାନିଆଙ୍କଠାରୁ ଫାଇନ ଆଦାୟ
ଅମାନିଆଙ୍କଠାରୁ ଫାଇନ ଆଦାୟ
ମାସ୍କ ନାହିଁ ତ ପେଟ୍ରୋଲ ନାହିଁ

ଏପରି କି କାଶୀପୁର ତହସିଲଦାର ଶରତ ଶବର ଟିକିରି ଥାନା ଓ ଦୋରାଗୁଡା ଥାନା ଅଞ୍ଚଳରୁ ମାସ୍କ ପିନ୍ଧି ନଥିବା ଲୋକଙ୍କ ଠାରୁ ଫାଇନ ଆଦାୟ ସେ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି । ସେପଟେ ଲକଡାଉନ ଚାଲିଥିବା ବେଳେ ବିଦେଶୀ ମଦ ମିଳୁନଥିବାରୁ ଗାଁ ଗାଁରେ ମାତିଛନ୍ତି ଚୋରା ଦେଶୀ ମଦ ବେପାରୀ । ଏମାନଙ୍କୁ ସାବାଡ କରିବା ପାଇଁ ଡୁଡୁକା ବାହାଲ ପଞ୍ଚାୟତ ତୋଟାଗୁଡା ଗ୍ରାମର କିଛି ମହିଳା ବାହାରି ମହୁଲ ପୋଚ ଏବଂ ମଦ ତିଆରି ସରଞ୍ଜାମ ନଷ୍ଟ କରି ଦେଇଛନ୍ତି ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details