ରାୟଗଡା: ଯୌତୁକ ଜୁଇରେ ନବବଧୂ । ସ୍ବାମୀ, ଶ୍ବଶୁର ଓ ଶାଶୁ ଗିରଫ । ବିବାହର ପାଞ୍ଚମାସ ପୂର୍ବରୁ ନବବଧୂଙ୍କ ମୃତ୍ୟୁ ଘଟିଥିବା ସୂଚନା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡା ସହରର ରେଭେନ୍ୟୁ କଲୋନୀର ଏକ ସରକାରୀ ବାସଭବନରେ । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ଜେଲରେ ସ୍ଵାମୀ ସହ ଶାଶୁ-ଶ୍ବଶୁର।
ଘଟଣା କ୍ରମେ ସହରର ରାଣିଗୁଡା ଅଞ୍ଚଳର ସରୋଜ ସାହୁ ଗତ ୧୦/୦୨/୨୦୨୨ ତାରିଖରେ ଝିଅ ଚିନ୍ମୟୀଙ୍କୁ ବୈଦିକ ରୀତିରେ ସହରର ସତ୍ୟବାନ ସାହୁଙ୍କ ପୁତ୍ର ରାଧାଶ୍ୟାମ ସହ ବିବାହ ଦେଇଥିଲେ । ବିବାହର ପନ୍ଦର ଦିନ ପରେ ଶାଶୁ ଚିନ୍ମୟୀଙ୍କୁ ଯୌତୁକ ବାବଦକୁ ଅଧିକ ସୁନା ଓ ଅନ୍ୟାନ୍ୟ ସାମଗ୍ରୀ ଆଣିବାକୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଝିଅର ପିତା ଅଭିଯୋଗ କରିଛନ୍ତି । ଝିଅର ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ଚିକିତ୍ସା ପାଇଁ ବାପଘରକୁ ପଠାଇ ଦେଇଥିଲେ ।