ଓଡିଶା

odisha

ETV Bharat / state

ନବଜାତ ଶିଶୁ ନିଖୋଜ, ସନ୍ଦେହ ଘେରରେ ଘରୋଇ କ୍ଲିନିକ - ରାୟଗଡ଼ାରୁ ନବ ଜାତ ଶିଶୁ ନିଖୋଜ

ନବଜାତ ଶିଶୁ ନିଖୋଜ । ନିଖୋଜ ନବଜାତ ଶିଶୁକୁ ଡାକ୍ତର କିଣି ନେଇଥିବା କହିଛନ୍ତି ଅଙ୍ଗନବାଡ଼ି କର୍ମୀ । ଅଧିକ ପଢ଼ନ୍ତୁ

ନବଜାତ ଶିଶୁ ନିଖୋଜ, ସନ୍ଦେହ ଘେରରେ ଘରୋଇ କ୍ଲିନିକ
ନବଜାତ ଶିଶୁ ନିଖୋଜ, ସନ୍ଦେହ ଘେରରେ ଘରୋଇ କ୍ଲିନିକ

By

Published : Jun 2, 2022, 7:36 AM IST

ରାୟଗଡ଼ା:ସହରର ଏକ ଘରୋଇ କ୍ଲିନିକରୁ ଜଣେ ନବଜାତ ଶିଶୁ ନିଖୋଜ ହୋଇଥିବା ସୂଚନା ମିଳିଛି । ଗତ ମାର୍ଚ୍ଚ ମାସରୁ ଏପର୍ଯ୍ୟନ୍ତ ଶିଶୁକୁ ପରିବାର ଲୋକ ପାଇପାରୁନାହାଁନ୍ତି । ଅନ୍ୟପଟେ ଶିଶୁଟି କେଉଁଠି ଅଛି ଓ କେଉଁ ପରିସ୍ଥିତିରେ ଅଛି ତାହାର ସୂଚନା କାହା ପାଖରେ ନାହିଁ । ରାୟଗଡା ବ୍ଲକ ଅନ୍ତର୍ଗତ କାରୁବାଇ ଗ୍ରାମର ରାଇସିଂ ମେଲେକାଙ୍କ ସ୍ତ୍ରୀ ପ୍ରଭାତୀ ମେଲେକା ଗତ ମାର୍ଚ୍ଚ ୧୭ ତାରିଖରେ କାରୁବାଇ ଗ୍ରାମର କମ୍ପାରିଗଣ୍ଡା ପାହାଡ଼ ଉପରେ ଥିବା ନିଜର ଏକ କୁଡ଼ିଆ ଘରେ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ପ୍ରସବ ବେଦନା ସହିନପାରି ଶେଷରେ ଆଖି ବୁଜିଦେଲେ ନବଜାତ ଶିଶୁର ମା ପ୍ରଭାତୀ ।

ନବଜାତ ଶିଶୁ ନିଖୋଜ, ସନ୍ଦେହ ଘେରରେ ଘରୋଇ କ୍ଲିନିକ

ପରବର୍ତ୍ତୀ ସମୟରେ ଏଏନଏମ ଓ ଆଶା କର୍ମୀ ଯାଇ ପରିବାର ନିକଟରେ ପହଞ୍ଚିଲେ । ଏହାପରେ ଶିଶୁକୁ ଚିକିତ୍ସା ପାଇଁ ରାୟଗଡ଼ା ଅଣାଯାଇଥିଲା । ତେବେ ରାୟଗଡ଼ା ଅଣାଯିବା ପରେ ସେହି ଅଞ୍ଚଳର ଏଏନଏମ ଶିଶୁକୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ନକରି ଏକ ଘରୋଇ କ୍ଲିନିକ୍ ନେଇଥିଲେ । ସେଠାରେ ଭର୍ତ୍ତି କରିବା ପରେ ଶିଶୁର ମାଗଣା ଚିକିତ୍ସା କରାଯାଉଛି ବୋଲି ମଧ୍ୟ କହିଥିଲେ । ହେଲେ ପରବର୍ତ୍ତୀ ସମୟରେ ଶିଶୁର ବାପା ରାଇସିଂ ଓ ଅନ୍ୟ ପରିବାର ଲୋକ ଆସିଲା ବେଳକୁ ଶିଶୁକୁ ଘରୋଇ କ୍ଲିନିକ୍ କର୍ତ୍ତୃପକ୍ଷ ଆଉ ଦେଖାଇନଥିଲେ ।

ପ୍ରାୟ ୨ ମାସରୁ ଅଧିକ ସମୟ ବିତିଗଲାଣି ତଥାପି ଶିଶୁ ପୁତ୍ରର ସନ୍ଧାନ ପାଉନି ବାପା ରାଇସିଂ । ଏପରି ସ୍ଥଳେ ଦ୍ୱିତୀୟ ଭଗବାନ କୁହାଯାଉଥିବା ଡାକ୍ତରଙ୍କ ପାଖରେ ୩୭,୫୦୦ ଟଙ୍କାରେ ଶିଶୁ ପୁତ୍ର ବନ୍ଧା ପଡିଥିବା କୁହାଯାଉଛି । ଏହି ସୂଚନା ଦେଇଛନ୍ତି ଅଙ୍ଗନବାଡ଼ି କର୍ମୀ । ତେବେ ବାପା ଓ ପରିବାର ଗରିବ ଆଦିବାସୀ ଓ କୁଲି ମଜୁରିଆ ହୋଇଥିବାରୁ ଏତେ ପରିମାଣର ଅର୍ଥ ଯୋଗାଡ଼ କରିବା ତାଙ୍କ ପାଖରେ ସମ୍ଭବପର ନଥିବାରୁ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାରବର୍ଗ । ଶିଶୁ ନିଖୋଜ ଅଛି ନା ଲୁଚା ଯାଇଛି ତାହା ସନ୍ଦେହ ସୃଷ୍ଟି କରିଛି । ଯାହାର ତଦନ୍ତ ଆବଶ୍ୟକତା ରହିଛି । ଏ ନେଇ ପ୍ରଶାସନ କିମ୍ବା ସମ୍ପୃକ୍ତ ଘରୋଇ କ୍ଲିନିକ ମାଲିକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details