ଓଡିଶା

odisha

ETV Bharat / state

ବିଶାଖାପାଟନମରେ ସ୍ଥାପନ ହେବ ନୂତନ ରେଳ ଜୋନ - ରାୟଗଡା

କେନ୍ଦ୍ର ସରକାରଙ୍କ ଓଡିଶା ପ୍ରତି ବୈମାତୃକ ମନୋଭାବ ପୁଣି ଥରେ ପଦାରେ ପଡ଼ିଛି। ଓଡ଼ିଶାରୁ ପୂର୍ବତଟ ରେଳପଥର ବିଭାଜନ କରିବା ପାଇଁ ନିଷ୍ପତ୍ତି ହୋଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

By

Published : Feb 28, 2019, 1:45 PM IST

ରାୟଗଡା: କେନ୍ଦ୍ର ସରକାରଙ୍କ ଓଡିଶା ପ୍ରତି ବୈମାତୃକ ମନୋଭାବ ପୁଣି ଥରେ ପଦାରେ ପଡ଼ିଛି । ଓଡ଼ିଶାରୁ ପୂର୍ବତଟ ରେଳପଥ ବିଭାଜନ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ଜୋନ ଅନ୍ତର୍ଗତ ଓ୍ୱାଲଟିୟର ଡିଭିଜନକୁ ଭାଙ୍ଗି ଦିଆଯିବ। ଏହାକୁ ଭାଙ୍ଗି ଆଉ ଏକ ନୂଆ ଜୋନ ଗଠିତ ହେବ। ସାଉଥକୋଷ୍ଟ ରେଳଓ୍ୱେନାମରେ ନାମିତ ହେବ ଏହି ଜୋନ।

ଭାରତୀୟ ରେଳ ଅଧିନିୟମ 13(ଭିତ୍ତିଭୂମୀ ଓ ନିର୍ମାଣ) ଅନୁଯାୟୀ ଆନ୍ଧ୍ରପ୍ରଦେଶର ଏକ ନୂଆ ଜୋନ କରିବାକୁ ରେଳ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ଜୋନରେ ଗୁଣ୍ଟକାଲ, ଗୁଣ୍ଟୁର ଓ ବିଜୟଓ୍ୱାଡ଼ା ଡିଭିଜନ ରହିବ। ଆନ୍ଧ୍ରପ୍ରଦେଶ ପୁନଃଗଠନ-2014 ନିୟମ ଅନୁଯାୟୀ ଏହିଜୋନରଗଠନ କରାଯିବ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ସେପଟେ ପୂର୍ବତଟ ଜୋନକୁ ଭାଙ୍ଗି ଦୁଇ ଭାଗ କରାଯିବ । ଗୋଟିଏ ଜୋନ ସାଉଥ ରେଲଓ୍ୱେସହିତ ମିଶିବ । ଏଥିରେ ଗୁଣ୍ଟକାଲ, ଗୁଣ୍ଟୁର ଓ ବିଜୟଓ୍ବାଡ଼ା ସାମିଲ ହେବ । ଅନ୍ୟଟି ଭାଗକୁ ନେଇ ଆଉ ଏକ ଜୋନ ଗଠିତ ହେବ । ଯାହାର ମୁଖ୍ୟାଳୟ ରାୟଗଡ଼ାରେ ରହିବ ଏବଂ ଏହା ପୂର୍ବତଟ ଅଧିନରେ ରହିବ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details