ରାୟଗଡା: ସମାଜ ଯେତେ ଆଗକୁ ବଢିଲେ ବି ମାନସିକତା ଏବେ ବି ଝିଅମାନଙ୍କୁ ଦେଇପାରୁନି ସମ ଅଧିକାର । ପ୍ରତିଦିନ ଅଲୋଡା ହେଉଛନ୍ତି ଶହ ଶହ ଶିଶୁ କନ୍ୟା । ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜିଲ୍ଲାର କୋଲନରା ଗାଁରେ । ଜନୈକ ମହିଳା ଆବର୍ଜନା ଫିଙ୍ଗିବାକୁ ଯାଇ ଗାଁ ମଝିରେ ଥିବା ଗୌରାଙ୍ଗ ମନ୍ଦିର ନିକଟ ବୁଦା ମୂଳରୁ ଏକ ନବଜାତ ଶିଶୁର କାନ୍ଦ ଶୁଣିଥିଲେ । ପାଖକୁ ଯାଇ ଦେଖିବାରୁ ଏହା ଏକ ଶିଶୁ କନ୍ୟା ବୋଲି ସେ ଜାଣିବାକୁ ପାଇଥିଲେ ।
ପୁଣି ଅଲୋଡ଼ା ଶିଶୁ କନ୍ୟା, ବୁଦା ମୂଳରୁ ନବଜାତକ ଉଦ୍ଧାର - ରାୟଗଡା ଲାଟେଷ୍ଟ ନ୍ୟୁଜ୍
ସମାଜ ଯେତେ ଆଗକୁ ବଢିଲେ ବି ମାନସିକତା ଏବେ ବି ଝିଅମାନଙ୍କୁ ଦେଇପାରୁନି ସମ ଅଧିକାର । ପ୍ରତିଦିନ ଅଲୋଡା ହେଉଛନ୍ତି ଶହ ଶହ ଶିଶୁ କନ୍ୟା । ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜିଲ୍ଲାର କୋଲନରା ଗାଁରେ ।
ପୁଣି ଅଲୋଡ଼ା ଶିଶୁ କନ୍ୟା, ବୁଦା ମୂଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର
ପରେ ସମ୍ପୃକ୍ତ ମହିଳା ପଡୋଶୀଙ୍କ ସହାୟତାରେ ଶିଶୁଟିକୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ଭଲ ଥିବା ଡାକ୍ତର ସୂଚନା ଦେଇଛନ୍ତି । ଶିଶୁଟିକୁ ବୁଧବାର ସନ୍ଧ୍ୟାରେ ରାୟଗଡ଼ା ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ କିଏ କେଉଁ ପରିସ୍ଥିତିରେ ଶିଶୁଟିକୁ ଛାଡି ଚାଲିଯାଇଛି ସେନେଇ ଜିଲ୍ଲା ଚାଇଲ୍ଡ ଲାଇନ ଏବଂ ଚାନ୍ଦଲି ପୋଲିସ ତଦନ୍ତ ଆରମ୍ଭ କରିଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ