ଓଡିଶା

odisha

ETV Bharat / state

ପରିତ୍ୟକ୍ତ ସ୍ଥାନରୁ ନବଜାତ ଶିଶୁପୁତ୍ର ଉଦ୍ଧାର - ଶିଶୁପୁତ୍ର ଉଦ୍ଧାର

ରାୟଗଡା ଜିଲ୍ଲାର ଗୁଡ଼ାରି ଏନଏସିର ଏକ ପରିତ୍ୟକ୍ତ ସ୍ଥାନରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି।

ପରିତ୍ୟକ୍ତ ସ୍ଥାନରୁ ନବଜାତ ଶିଶୁପୁତ୍ର ଉଦ୍ଧାର

By

Published : Nov 23, 2019, 3:16 PM IST

ରାୟଗଡ଼ା: ପରିତ୍ୟକ୍ତ ସ୍ଥାନରୁ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। ଏଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲା ଗୁଡ଼ାରି ଏନଏସି ଅଞ୍ଚଳରେ।

ସ୍ଥାନୀୟ ସେହି ସାହିର ଦଣ୍ଡାସି ସାହୁ ଶୌଚ ପାଇଁ ଯିବା ବାଟରେ ଏକ ପରିତ୍ୟକ୍ତ ସ୍ଥାନରେ ଶିଶୁର କାନ୍ଦିବା ଶଦ୍ଦ ଶୁଭିଥିଲା । ଫଳରେ ବହୁ ଖୋଜା ଖୋଜି କରି ସେ ଗଛ ମୁଳରେ ଶୁଖିଲା ପତ୍ର ଉପରେ ନବଜାତ ଶିଶୁପୁତ୍ରକୁ ପାଇଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଶିଶୁକୁ ଗୁଡ଼ାରି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ପରିତ୍ୟକ୍ତ ସ୍ଥାନରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ତା’ର ସ୍ବାସ୍ଥ୍ୟବସ୍ଥା ଭଲଥିବା ଡ଼ାକ୍ତର କହିଥିବା ବେଳେ ତାର ମା'ର ପରିଚୟ ମିଳିପାରି ନାହିଁ । ଫଳରେ ତାଙ୍କୁ ରାୟଗଡ଼ା ଜିଲ୍ଲା ଚିକିତ୍ସାଳୟର ଏସଏନସିୟୁକୁ ପଠାଇ ଦିଆଯାଇଛି। ସେପଟେ ଶିଶୁଟି କାହାର ଏବଂ କିଏ ତାକୁ ଏଭଳି ପରିତ୍ୟକ୍ତ ସ୍ଥାନରେ ଫିଙ୍ଗି ଚାଲିଗଲା ତାର ତଦନ୍ତ ଆରମ୍ଭ କରିଛି ଗୁଡ଼ାରି ପୋଲିସ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details