ରାୟଗଡା: ଆସନ୍ତା ଅକ୍ଟୋବର 25ରେ ଓଡିଶା ଓ ପୂର୍ବ ଛତିଶଗଡ ବନ୍ଦ ଡାକରା ଦେଇଛନ୍ତି ମାଓବାଦୀ । ମାଓବାଦୀଙ୍କ ଉପରେ ସରକାରଙ୍କ ଦମନ ନିତୀକୁ ବିରୋଧ କରି ପ୍ରତିବାଦ ସ୍ବରୂପ ଏହି ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରାକୁ ସଫଳ କରାଇବା ପାଇଁ ଆଦିବାସୀ, ଦଳିତ, ଛାତ୍ର, ଚାଷି, ଶିକ୍ଷକ ଓ ସରକାରୀ କର୍ମଚାରୀଙ୍କୁ ନିବେଦନ କରାଯାଇଛି ।
2009ରୁ ସରକାର ଚଳାଇଥିବା ଗ୍ରୀନ ହଣ୍ଟ ବିଫଳ ହେବା ପରେ 2022 ସୁଦ୍ଧା ମାଓ ଦମନ ନେଇ ସରକାରଙ୍କ ପକ୍ଷରୁ ଅଭିଯାନ ଚଳାଯାଇଛି । ଏହି ମାଓ ଦମନ ଅଭିଯାନକୁ ବିରୋଧ କରିବା ସହ ଗତ କିଛିଦିନ ତଳେ କଳାହାଣ୍ଡିରେ ଗୁଳିବିନିମୟରେ କମ୍ୟୁନିଷ୍ଟ ଟୁରିଷ୍ଟର ମୃତ୍ୟୁର ତଦନ୍ତ ହେବା ସହ ପୋଲିସ ଅଫିସରକୁ ଗିରଫ କରାଯାଉ ବୋଲି ମାଓବାଦୀ ଦାବି ରଖିଛନ୍ତି ।