ଓଡିଶା

odisha

ETV Bharat / state

ରାସ୍ତାକାମକୁ ବିରୋଧ କରି 4 ଗାଡି ପୋଡିଲେ ମାଓବାଦୀ, ଅଳ୍ପକେ ବର୍ତ୍ତିଲେ ସରପଞ୍ଚ

ରାସ୍ତା କାମରେ ନିୟୋଜିତ ଜେସିବି ପୋଡି ନିଜ ସ୍ଥିତି ଜାହିର କରିଛିନ୍ତି ମାଓବାଦୀ । ଅଳ୍ପକେ ବର୍ତ୍ତିଲେ ଗୁମ୍ମା ସରପଞ୍ଚ । ଗତରାତିରେ ରାସ୍ତା କାମରେ ନିୟୋଜିତ ଦୁଇଟି ଜେସିବି, ଗୋଟିଏ ରୋଲର ଓ ପିଚୁ ମିକ୍ସଚର ମେସିନକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ମାଓବାଦୀ। ଅଧିକ ଖବର ପଢନ୍ତୁ...

By

Published : Jan 22, 2020, 11:18 AM IST

Updated : Jan 22, 2020, 9:37 PM IST

ରାସ୍ତାକାମକୁ ବିରୋଧ କରି 4 ଗାଡି ପୋଡିଲେ ମାଓବାଦୀ
ରାସ୍ତାକାମକୁ ବିରୋଧ କରି 4 ଗାଡି ପୋଡିଲେ ମାଓବାଦୀ

ରାୟଗଡା: ଜିଲ୍ଲାରେ ପୁଣି ମାତିଲେ ମାଓବାଦୀ । ଅଳ୍ପକେ ବର୍ତ୍ତିଲେ ଗୁମ୍ମା ସରପଞ୍ଚ । ରାସ୍ତା କାମରେ ନିୟୋଜିତ ଜେସିବି ପୋଡି ନିଜ ସ୍ଥିତି ଜାହିର କରିଛିନ୍ତି ମାଓବାଦୀ । ଦୁର୍ଗମ ଅଞ୍ଚଳରେ ରାସ୍ତା କାମକୁ ବିରୋଧ କରି ସର୍ବଦା ପୋଡା ଜଳା କରିଥାନ୍ତି ମାଓବାଦୀ । ଗତରାତିରେ ମଧ୍ୟ ରାସ୍ତା କାମରେ ନିୟୋଜିତ ଦୁଇଟି ଜେସିବି, ଗୋଟିଏ ରୋଲର ଓ ପିଚୁ ମିକ୍ସଚର ମେସିନକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ମାଓବାଦୀ।

ରାସ୍ତାକାମକୁ ବିରୋଧ କରି 4 ଗାଡି ପୋଡିଲେ ମାଓବାଦୀ

କଲ୍ୟାଣସିଙ୍ଗପୁର ବ୍ଲକ ନିୟମଗିରି ଅଞ୍ଚଳର ନାରିଙ୍ଗିତୋଳା ଠାରୁ ଗୁମ୍ମା ପର୍ଯ୍ୟନ୍ତ ହେଉଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଅନ୍ତର୍ଗତ ସବୁଦିନିଆ ରାସ୍ତା କାମରେ ନିୟୋଜିତ ଥିଲା ଏହି ସବୁ ଗାଡି। ଏହି କାମକୁ ବିରୋଧ କରି ମାଓବାଦୀ ଗତ ରାତିରେ ଘଟାଇଛନ୍ତି ଏହି ଲଙ୍କାକାଣ୍ଡ।

ଗତକାଲି ମଧ୍ୟରାତ୍ରିରେ 15ରୁ ଊର୍ଦ୍ଧ୍ବ ମାଓବାଦୀ ନିଜ ସମର୍ଥକଙ୍କ ସହ ମିଶି ଗୁମ୍ମାରେ ଥିବା ଠିକାଦାର କ୍ୟାମ୍ପରେ ପହଞ୍ଚି ଦୁଇ ଶ୍ରମିକଙ୍କୁ ବାନ୍ଧି ନିସ୍ତୁକ ମାଡ ମାରି ମୋବାଇଲ ଛଡାଇ ନେଇଯାଇଥିଲେ। ପରେ ଗାଡି ଗୁଡିକୁ ପୋଡି ତିନୋଟି ପୋଷ୍ଟର ଛାଡି ଯାଇଛନ୍ତି ମାଓବାଦୀ। ଏଠାରେ ବଡ଼ କଥା ହେଲା ଏହି ସମୟରେ ମାଓବାଦୀ ମାନେ ଗୁମ୍ମା ସରପଞ୍ଚଙ୍କୁ ଖୋଜୁଥିବା ବେଳେ ଏହାର ସୂଚନା ପାଇ ଜଙ୍ଗଲ ମଧ୍ୟରେ ଲୁଚି ଯାଇଥିଲେ ସରପଞ୍ଚ । ପରେ ସିଆରପିଏଫ ଯବାନ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିବା ବିଶେଷ ସୂତ୍ରରୁ ଜଣାପଡିଛି କିନ୍ତୁ ଏନେଇ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିନି ।

ତେବେ ନକ୍ସଲ ଲଗାଇଥିବା ପୋଷ୍ଟରରେ ନିୟମଗିରି ଅଞ୍ଚଳରେ ରାସ୍ତା ନିର୍ମାଣକରି ବେଦାନ୍ତ କମ୍ପାନୀ ଖଣି ଉତ୍ତୋଳନ କରିବା ପାଇଁ ଚେଷ୍ଟା କରୁଛନ୍ତି । ଏଥିରେ ଯେଉଁମାନେ ସାମିଲ ଅଛନ୍ତି ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଉଲ୍ଲେଖ ରହିଛି । ଡଙ୍ଗରିଆ କନ୍ଧମାନଙ୍କ ଦାବି ଯୋଗୁଁ ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ବାରା ୧୦ କୋଟି ଟଙ୍କା ଅଟକଳରେ ନିର୍ମାଣ ଚାଲିଥିଲା ଏହି ରାସ୍ତାକାମ। ଏହାପୂର୍ବରୁ ଦୁଇଥର ନିୟମଗିରି ରାସ୍ତା ନିର୍ମାଣକୁ ବିରୋଧ କରି ମାଓବାଦୀମାନେ ପୋଡାଜଳା କରିଥିଲେ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Jan 22, 2020, 9:37 PM IST

ABOUT THE AUTHOR

...view details