ଓଡିଶା

odisha

ETV Bharat / state

ରାୟଗଡାରେ ଜାତୀୟ ମହିଳା କମିଶନ ସଦସ୍ୟା - ରାୟଗଡାରେ ସମୀକ୍ଷା କଲେ ମହିଳା କମିଶନ

ଜାତୀୟ ମହିଳା କମିଶନର ସଦସ୍ୟା ରାୟଗଡାକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି । ଜିଲ୍ଲାରେ ଠିକ୍ ଭାବେ ସମସ୍ତ ଯୋଜନା କାର୍ଯ୍ୟକାରୀ ହୋଇଥିବାରୁ ସନ୍ତୋଷ ପ୍ରକାଶ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

By

Published : Sep 18, 2019, 4:53 PM IST

ରାୟଗଡା: ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସିଛନ୍ତି ଜାତୀୟ ମହିଳା କମିଶନ ସଦସ୍ୟା ଚନ୍ଦ୍ରମୁଖୀ ଦେବୀ । ଏହି ଗସ୍ତ ଅବସରରେ ସେ କେନ୍ଦ୍ର ସରକାରଙ୍କ ଦ୍ବାରା ମହିଳା ମାନଙ୍କ ପାଇଁ ହୋଇଥିବା ଯୋଜନା ଗୁଡିକ ସମୀକ୍ଷା କରିଛନ୍ତି । ଏହା ବ୍ୟତୀତ ପିତା ମହଲ ଠାରେ ଥିବା କସ୍ତୁରବା ବାଳିକା ବିଦ୍ୟାଳୟ ଯାଇ ସ୍ଥିତି ନିରୀକ୍ଷଣ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ସେ ହଷ୍ଟେଲରେ ଥିବା ନାବାଳିକାଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ଖେଳ ଉପରେ ସମୀକ୍ଷା କରିଥିଲେ । ଏହାସହ ବାଲ୍ୟବିବାହ, ଅଙ୍ଗନବାଡି, ୱାନ ଷ୍ଟପ ସେଣ୍ଟର, କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ଉପରେ ଜିଲ୍ଲାରେ କାର୍ଯ୍ୟକ୍ରମକୁ ନେଇ ମଧ୍ୟ ସମୀକ୍ଷା କରିଥିଲେ । ଜିଲ୍ଲାରେ ସମସ୍ତ ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ ହୋଇଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ ।

ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଏସପି, ଗୁଣୁପୁର ଓ ରାୟଗଡାର ଉପଜିଲ୍ଲାପାଳଙ୍କ ସମେତ ବହୁ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details