ଓଡିଶା

odisha

By

Published : Mar 13, 2022, 8:31 AM IST

ETV Bharat / state

ରାୟଗଡା ଜିଲ୍ଲା କୋର୍ଟରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ଜିଲ୍ଲା କୋର୍ଟରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ। ଜିଲ୍ଲା ଜଜ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ବିକ୍ରମ କେଶରୀ ପଟ୍ଟନାୟକଙ୍କ ନେତୃତ୍ବରେ ଏହା ଆୟୋଜିତ ହୋଇଯାଇଛି। ଅଧିକ ପଢ଼ନ୍ତୁ

national lok adalat started in rayagada
ଜିଲ୍ଲା କୋର୍ଟରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ରାୟଗଡ଼ା: ଜିଲ୍ଲା କୋର୍ଟରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ। ଜିଲ୍ଲା ଜଜ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ବିକ୍ରମ କେଶରୀ ପଟ୍ଟନାୟକଙ୍କ ନେତୃତ୍ବରେ ଏହା ଆୟୋଜିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସମସ୍ତ ପ୍ରକାର ବିଚାରାଧୀନ ମକଦ୍ଦମା, ଦେୱାନି, ଫୌଜଦାରୀ, ସାଲିସ ଯୋଗ୍ୟ, ବ୍ୟାଙ୍କ ଋଣ, ମୋଟର ଯାନ ଦୁର୍ଘଟଣା, ପାରିବାରିକ ବିବାଦ ଭଳି ମାମଲାର ସମାଧାନ ହୋଇପାରିଛି।

ଜିଲ୍ଲା କୋର୍ଟରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ଜିଲ୍ଲାରେ ଆୟୋଜିତ ଜାତୀୟ ଲୋକ ଅଦାଲତ ଅବସରରେ ବିଭିନ୍ନ କୋର୍ଟରେ ସ୍ଥାୟୀ ଲୋକ ଅଦାଲତ ଅଧ୍ୟକ୍ଷ ହିମାଂଶୁ ବ୍ରହ୍ମା ସାମିଲ ହୋଇଥିଲେ। ଏଥିସହ ସିଜେଏମ ମନୋରଞ୍ଜନ ଦାସ, ରେଜିଷ୍ଟ୍ରାର ଦେବୀଜ୍ୟୋତି ମହାପାତ୍ର, ଡିଏଲଏସଏ ସମ୍ପାଦିକା ନିବେଦିତା ପଣ୍ଡା, ସବଜଜ ଶତରୁପା ଶତପଥୀ, ଅଡିଜେ ରୀନା ଚୌଧୁରୀ ମହିଳା କୋର୍ଟ ଜର୍ଜ ସୋନାଲ ଶର୍ମା, ପରିବାର ଅଦାଲତ ଜର୍ଜ ଆମ୍ବୁଜା ନନ୍ଦ, ଏସଡିଜେମ ଗୁରୁ ଜେନାମଣି ପ୍ରମୁଖ ଉପସ୍ଥିତ ଥିଲେ।

ଏହି ପ୍ରଥମ ଜାତୀୟ ଲୋକ ଅଦାଲତରେ ଜିଲ୍ଲାର ବିଭିନ୍ନ ଅଦାଲତରେ 115ଟି କେସର ସମାଧାନ କରାଯାଇଛି। ବୀମା, ବ୍ୟାଙ୍କ ଋଣ ଓ ଜରିମାନା ବାବଦକୁ 72ଲକ୍ଷ 13ହଜାର 553 ଟଙ୍କା ଆଦାୟ କରାଯାଇଛି। ସେହିଭଳି ପ୍ରାକ ମକଦ୍ଦମା ମାମଲାରୁ 9ଲକ୍ଷ 38ହଜାର ଟଙ୍କା ଆଦାୟ ହୋଇଥିବା ରାୟଗଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକାରଣ ସମ୍ପାଦିକା ନିବେଦିତା ପଣ୍ଡା ପ୍ରକାଶ କରିଛନ୍ତି।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details