ରାୟଗଡା: ରାୟଗଡା ଜିଲ୍ଲା ଅଦାଲତ ପରିସରରେ ଜିଲ୍ଲାଜଜ ଚିତ୍ତରଞ୍ଜନ ଦାସଙ୍କ ନେତୃତ୍ବରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ବ୍ୟାଙ୍କ ଋଣ, ମୋଟର ଯାନ, ପାରିବାରିକ କଳହ ସମେତ ପାଞ୍ଚ ଶହରୁ ଊର୍ଦ୍ଧ୍ବ ମାମଲା ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଫୈସଲା ପାଇଁ ଧାର୍ଯ୍ୟ କରାଯାଇଥିବା ଜିଲ୍ଲା ଆଇନ ପ୍ରାଧିକରଣ ସମ୍ପାଦକ ମନୋରଞ୍ଜନ ମିଶ୍ର ପ୍ରକାଶ କରିଛନ୍ତି ।
ରାୟଗଡାରେ ରାଷ୍ଟ୍ରୀୟ ଲୋକ ଅଦାଲତ - NATIONAL LOK ADALAT CONDUCTED IN RAYAGADA
ରାୟଗଡା ଜିଲ୍ଲା ଅଦାଲତ ପରିସରରେ ଜିଲ୍ଲାଜଜ ଚିତ୍ତରଞ୍ଜନ ଦାସଙ୍କ ନେତୃତ୍ବରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ପାଞ୍ଚ ଶହରୁ ଊର୍ଦ୍ଧ୍ବ ମାମଲା ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଫୈସଲା ପାଇଁ ଧାର୍ଯ୍ୟ କରାଯାଇଥିବା ଜିଲ୍ଲା ଆଇନ ପ୍ରାଧିକରଣ ସମ୍ପାଦକ ମନୋରଞ୍ଜନ ମିଶ୍ର ପ୍ରକାଶ କରିଛନ୍ତି।

ରାୟଗଡାରେ ରାଷ୍ଟ୍ରୀୟ ଲୋକ ଅଦାଲତ
ରାୟଗଡାରେ ରାଷ୍ଟ୍ରୀୟ ଲୋକ ଅଦାଲତ
ଏହି ଅବସରରେ ରାୟଗଡା ଠାରେ ଥିବା ସ୍ଥାୟୀ ଲୋକ ଅଦାଲତ, ଜିଲ୍ଲା ଅଦାଲତ, ଅତିରିକ୍ତ ଜିଲ୍ଲା କୋର୍ଟ, ଦେୱାନୀ ଅଦାଲତ, ସବଜଜ କୋର୍ଟ ସମେତ ଗୁଣୁପୁର, ବିଷମ କଟକ, କାଶୀପୁର ଠାରେ ଥିବା ବିଭିନ୍ନ କୋର୍ଟ, ବ୍ୟାଙ୍କ ଅଧିକାରୀ, ପ୍ରଶାସନିକ ଅଧିକାରୀ, ଆଇନଜୀବୀଙ୍କ ଉପସ୍ଥିତିରେ ଏକାସାଥିରେ ବିଭିନ୍ନ ମାମଲାର ଶୁଣାଣି କରାଯାଇଛି । ତେବେ କେଉଁଠି କେତେ ମାମଲା ଫୈସଲା ହୋଇଛି ତାର ରିପୋର୍ଟ ହସ୍ତଗତ ହୋଇନାହିଁ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ