ଓଡିଶା

odisha

ETV Bharat / state

ପର୍ଯ୍ୟଟକଙ୍କ ପାଇଁ ଅଭିଶପ୍ତ ନାଗାବଳୀ, ନେଲାଣି 18 ମୁଣ୍ଡ - ପର୍ଯ୍ୟଟକଙ୍କ ପାଇଁ ଅଭିଶାପ ନାଗାବଳୀ ନଦୀ

ରାୟଗଡାର ଝୁଲାପୋଲ ଉପରୁ ନାଗାବଳୀର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ନିଜକୁ ଅଟକାଇ ପାରେନି ପର୍ଯ୍ୟଟକ । କିନ୍ତୁ ଥରେ ପାଣିରେ ପଶିଲେ ମୃତ୍ୟୁ ଏକ ପ୍ରକାର ସୁନିଶ୍ଚିତ। ଅଧିକ ପଢ଼ନ୍ତୁ...

nagabali river,  rayagarda tourist place, nagavali the curse for tourist, ନାଗାବଳୀ ନଦୀର ଝୁଲାପୋଲ, ପର୍ଯ୍ୟଟକଙ୍କ ପାଇଁ ଅଭିଶାପ ନାଗାବଳୀ ନଦୀ, ରାୟଗଡା ଖବର
ପର୍ଯ୍ୟଟକଙ୍କ ପାଇଁ ଅଭିଶାପ: ନାଗାବଳୀ ନଦୀ

By

Published : Dec 13, 2019, 11:23 PM IST

Updated : Dec 14, 2019, 9:52 AM IST

ରାୟଗଡା: ପର୍ଯ୍ୟଟକଙ୍କ ପାଇଁ ଅଭିଶାପ ପାଲଟିଛି ନାଗାବଳୀ ନଦୀର ଝୁଲାପୋଲ । ପ୍ରକୃତିକୁ ଉପଭୋଗ କରିବା ପାଇଁ ଅନେକ ପର୍ଯ୍ୟଟକ ସମୟ ସମୟରେ ଏଠାକୁ ଆସନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକ ଆଉ ଜୀବନ୍ତ ଫେରି ପାରନ୍ତି ନାହିଁ । କାରଣ ହେଉଛି ଝୁଲାପୋଲ ତଳେ ଥିବା ନାଗାବଳୀ ନଦୀ ।

ରାୟଗଡା ଉପକଣ୍ଠ ନାଗାବଳୀ ନଦୀ ଉପରେ ନିର୍ମାଣ ହୋଇଛି ଜିଲ୍ଲାର ପ୍ରଥମ ଝୁଲା ପୋଲ। ରାୟଗଡା ଅଧିଷ୍ଠାତ୍ରୀ ମା ମଝି ଘରିଆଣୀ ଦର୍ଶନ ପାଇଁ ଓଡିଶା ସମେତ ଆନ୍ଧ୍ର ଓ ଛତିଶଗଡ଼ରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଝୁଲା ବ୍ରିଜ ଏକ ଦର୍ଶନୀୟ ସ୍ଥାନ ପାଲଟିଛି । ହେଲେ ସେଠାର ପ୍ରାକୃତିକ ଦୃଶ୍ୟକୁ ଉପଭୋଗ କରିବା ସହ ସ୍ମୁତିକୁ ସାଇତି ରଖିବାକୁ ସେଲ୍ଫି ନେବା ପାଇଁ ନଦୀ ଉପରକୁ ଚାଲିଯାନ୍ତି ପର୍ଯ୍ୟଟକ । ଯାହା ସେମାନଙ୍କ ପାଇଁ କାଳ ସାଜୁଛି । ଗତ 3ବର୍ଷ ମଧ୍ୟରେ ନାଗାବଳୀରେ 18ଜଣଙ୍କ ବୁଡିଯାଇ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ବାହାର ରାଜ୍ୟର ପର୍ଯ୍ୟଟକ। ନିଜର ଅସାବଧାନତା କାରଣରୁ ପଥରରୁ ଗୋଡଖସି ମୃତ୍ୟୁ ମୁଖରେ ପଡ଼ିଥାନ୍ତି ପର୍ଯ୍ୟଟକ ।

ପର୍ଯ୍ୟଟକଙ୍କ ପାଇଁ ଅଭିଶାପ: ନାଗାବଳୀ ନଦୀ

ଏମିତିରେ ନାଗାବଳୀ ନଦୀର ଜଳରାଶିକୁ ଦେଖିଲେ ତାର ଗଭୀରତା ଅନୁମାନ କରି ହୁଏ ନାହିଁ । କିନ୍ତୁ ଥରେ ପାଣିରେ ପଶିଲେ ମୃତ୍ୟୁ ଏକ ପ୍ରକାର ନିଶ୍ଚିତ ହୋଇଯାଏ । ଏନେଇ ପ୍ରଶାସନ ପକ୍ଷରୁ ବିପଦ ପୂର୍ଣ ସ୍ଥାନ ବୋଲି ବିଭିନ୍ନ ଭାଷାରେ ବୋର୍ଡ ଲଗାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ । କାରଣ ଉପରେ ପାଣି ସ୍ଥିର ଥିଲେ ମଧ୍ୟ ଭିତରେ ପାଣି ବହୁତ ପ୍ରଖର। ଏପରିକି ସେଠାର ପାଣି ଭିତରେ ଥିବା ପଥରଗୁଡିକ ମଧ୍ୟ ମୁନିଆ ଯାହା ବାହାରକୁ ଜଣାପଡ଼େ ନାହିଁ । ଯାହା ବହୁ ପର୍ଯ୍ୟଟକଙ୍କ ମୃତ୍ୟୁର କାରଣ ହୋଇଥାଏ । ତେବେ ଏନେଇ ଅଧିକ ସଚେତନତା ଓ ଜଗୁଆଳି ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ପର୍ଯ୍ୟଟକ ମତ ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Dec 14, 2019, 9:52 AM IST

ABOUT THE AUTHOR

...view details