ରାୟଗଡା:କୂଳ ଲଙ୍ଘୁଛି ନାଗାବଳୀ(Nagavali River) । ଭୟଙ୍କର ରୂପ ଧାରଣ କରି ଜନବସତି ଆଡକୁ ମାଡି ଆସୁଛି ନଦୀ(Rayagada villages face river erosion threat ) । ନାଗାବଳୀ ନଦୀ ଗର୍ଭରେ ଲୀନ ହେବାକୁ ବସିଛି ରାୟଗଡା ଜିଲ୍ଲାର ୬ ଖଣ୍ଡ ଗାଁ । ଟିକିଏ ବର୍ଷା ହେଲେ ନଦୀ କୂଳରେ ଥିବା ରାୟଗଡାର ଚେକାଗୁଡା, ରାଣିଗୁଡା, ଗୁରୁମଗୁଡା, ଅଣ୍ଟାରିଗୁଡା, ଖଇରଗୁଡା ଏବଂ ମାରୀଗୁଡା ଇତ୍ୟାଦି ୬ ଖଣ୍ଡ ଗ୍ରାମବାସୀଙ୍କ ଆଖିରୁ ନିଦ ହଜିଯାଉଛି । ଗତ କିଛିଦିନ ଧରି ଟିକିଏ ବର୍ଷାରେ ମାଟି ଅତଡ଼ା ଧସିବା ସହ ଏହି ସବୁ ଗାଁର ଚାଷ ଜମିଗୁଡିକ ନଦୀଗର୍ଭରେ ବିଲୀନ ହୋଇଛି । ତେଣୁ କେତେବେଳେ ସଂପୂର୍ଣ୍ଣ ଗାଁ ନଦୀଗର୍ଭକୁ ଚାଲିଯିବ ସେହି ଚିନ୍ତାରେ ଦିନ କାଟୁଛନ୍ତି ଗ୍ରାମବାସୀ ।
ଗାଁ ମୁହାଁ ନାଗାବଳୀ
ବର୍ଷା ଦିନ ଆସିଲେ ନାଗାବଳୀ କୂଳରେ ଥିବା ଗ୍ରାମବାସୀଙ୍କ ଚିନ୍ତା ବଢେ । ଲଗାଣ ବର୍ଷାରେ ନଦୀ ଫୁଲୁଛି । ନାଗାବଳୀ ନଦୀ ଉପରମୁଣ୍ଡରେ ତାହାକୁ ତୁହା ଲଘୁଚାପ ବର୍ଷା ଯୋଗୁଁ ବନ୍ୟାଜଳ ଆସି ନଦୀ କୂଳ ଖାଉଥିବା ଦେଖିବାକୁ ମିଳିଛି । ଦିନ ଥିଲା ମାରୀଗୁଡା ଗ୍ରାମଠାରୁ ୨୦୦ମିଟର ଦୂରତାରେ ନାଗାବଳୀ ନଦୀ ପ୍ରବାହିତ ହେଉଥିଲା । ହେଲେ ନଦୀ ଏବେ ଗାଁ ମୁହାଁ । ନାଗାବାଳୀ ପାଖାପାଖି ୧୫୦ ମିଟରରୁ ଊର୍ଦ୍ଧ୍ବ କୂଳ ଲଙ୍ଘିଛି । ଯାହାପରେ ଏବେ ନଦୀ ଠାରୁ ଗାଁର ବ୍ୟବଧାନ ମାତ୍ର ୫୦ ମିଟର ରହିଛି ।
ଆଶଙ୍କାରେ ଗ୍ରାମବାସୀ