ଓଡିଶା

odisha

ETV Bharat / state

ନବ ଦାସ ହତ୍ୟା ଘଟଣା, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେପିର ବିକ୍ଷୋଭ

ନବ ଦାସ ହତ୍ୟା ଘଟଣାକୁ ରାଜ୍ୟ ରାଜନୀତି ସରଗରମ ରହିଛି । ଶାସକ ଦଳକୁ ବିରୋଧୀ ଟାର୍ଗେଟ କରୁଛନ୍ତି । ନବ ଦାସ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେପି ବିକ୍ଷୋଭ ପ୍ରଦର୍ଶନ କରିଛି । ଅଧିକ ପଢନ୍ତୁ

bjp protest over naba das murder case
ନବ ଦାସ ହତ୍ୟା ଘଟଣା, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେପିର ବିକ୍ଷୋଭ

By

Published : Feb 16, 2023, 10:39 AM IST

Updated : Feb 16, 2023, 10:48 AM IST

ନବ ଦାସ ହତ୍ୟା ଘଟଣା, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେପିର ବିକ୍ଷୋଭ

ରାୟଗଡା:ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ 19 ଦିନ ପୂରଣ ହୋଇଛି । ଏବେ ବି ରହସ୍ୟ ଘେରରେ ରହିଛି ନବ ଦାସ ହତ୍ୟା ଘଟଣା । ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ଶାସକ ଦଳକୁ ସମାଲୋଚନା କରିଛନ୍ତି ବିରୋଧୀ । ଏହି ପ୍ରରିପେକ୍ଷୀରେ ରାୟଗଡା ଜିଲ୍ଲା ବିଜେପି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ସହ ସିବିଆଇ ତଦନ୍ତ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛି ।

ରାଜ୍ୟରେ ଦିନକୁ ଦିନ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହେବାରେ ଲାଗିଛି । ବିଜେଡି ଶାସନରେ ରାଜ୍ୟବାସୀ ଅସୁରକ୍ଷିତ । ଦିନ ଦ୍ବିପ୍ରହରେ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ପୋଲିସ ଅଧିକାରୀ ଗୁଳି କରି ହତ୍ୟା କରୁଛି । ସାଧାରଣ ଲୋକ ନ୍ୟାୟ ପାଇବା ଆଶାରେ ଥାନାକୁ ଗଲେ ପୋଲିସ ଏତଲା ରଖୁନାହାନ୍ତି । ଗତ କିଛି ବର୍ଷ ହେଲା ରାଜ୍ୟରେ ସାଇବର ଅପରାଧ, ଶିଶୁ ଅପହରଣ, ଲୁଟ୍‌, ଦୁଷ୍କର୍ମ ଓ ହତ୍ୟା ଭଳି ଅପରାଧ ସଂଖ୍ୟା ବଢିବାରେ ଲାଗିଛି । ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର 19 ଦିନ ପରେ ବି କ୍ରାଇମବ୍ରାଞ୍ଚ ହତ୍ୟାକାଣ୍ଡର କାରଣ ଖୋଜି ବାହାର କରିପାରୁନି । ଏଭଳି ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ଚାଲିଛି ବୋଲି କହି ବର୍ଷିଥିଲା ଜିଲ୍ଲା ବିଜେପି ।

ଏହା ବି ପଢନ୍ତୁ...ଗାଡି ଚାଳକ ସାବଧାନ ! HSRP ନମ୍ବର ପ୍ଲେଟ ନଥିଲେ କଟୁଛି ଫାଇନ

ରାଜ୍ୟର ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ରାୟଗଡା ବିଜେପି ଦାବି କରିଛି । ରାଜ୍ୟ ବିଜେପିର ନିଷ୍ପତ୍ତି ପ୍ରକାରେ ରାୟଗଡା ଜିଲ୍ଲା ବିଜେପି ପକ୍ଷରୁ ଏକ ପ୍ରତିବାଦ ସଭା ଜିଲ୍ଲାପାଳଙ୍କ ଅଫିସ ଠାରୁ 100ମିଟର ଦୂରରେ ଅନୁଷ୍ଠିତ ହୋଇଥିଲା । ଏହାପରେ ବିଜେପି ଜିଲ୍ଲା ସଭାପତି ଶିବ ପ୍ରସାଦ ପଟ୍ଟନାୟକଙ୍କ ନେତୃତ୍ବରେ ଶତାଧିକ ଦଳୀୟ କର୍ମୀ ଓ ନେତା ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଅଫିସ ଘେରାଉ କରିଥିଲେ ।

ଏସପି ଅଫିସ ଆଗରେ ଦଳୀୟ ନେତା ଓ କର୍ମୀମାନେ ରାଜ୍ୟ ସରକାର ବିରୋଧରେ ବିଷୋଦଗାର କରିବା ସହ ତୁରନ୍ତ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲେ । ଏନେଇ ଏକ ଦାବିପତ୍ର ଡିଏସପି ସୁଦାମ ମଲ୍ଲିକଙ୍କୁ ପ୍ରଦାନ କରିଥିଲେ । ଆଇନଶୃଙ୍ଖଳା ରକ୍ଷା ପାଇଁ ଘଟଣାସ୍ଥଳରେ ରାୟଗଡା ଥାନା ଅଧିକାରୀଙ୍କ ସମେତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।

ଏହା ବି ପଢନ୍ତୁ...ଅନ୍ଧବିଶ୍ବାସ: ମିଳିମିଳା ରୋଗରେ ଝିଅର ମୃତ୍ୟୁ ହେବାରୁ ଜଙ୍ଗଲରେ ମୃତଦେହ ଫିଙ୍ଗିଲେ ପରିବାର

ପ୍ରକାଶ ଥାଉକି, ଜାନୁଆରୀ 29 ତାରିଖରେ ଝାରସୁଗୁଡାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ସମୟରେ ନବ କିଶୋର ଦାସଙ୍କ ଗୁଳିମାଡ ହୋଇଥିଲା । ଜଣେ ପୋଲିସ ଏଏସଆଇ ଗୋପାଳ ଦାସ ନବ ଦାସଙ୍କ ଉପରକୁ ଗୁଳି ଚଳାଇଥିଲା । ସେହିଦିନ ରାତି 7ଟାରେ ଆପୋଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ନବ କିଶୋର ଦାସ । ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସ ଚୌଦ୍ବାର ଜେଲରେ ରହିଛି । ତଦନ୍ତ ଜାରି ରହିଛି।

ଇଟିିଭି ଭାରତ, ରାୟଗଡା

Last Updated : Feb 16, 2023, 10:48 AM IST

ABOUT THE AUTHOR

...view details