ଓଡିଶା

odisha

ETV Bharat / state

ବ୍ୟବଚ୍ଛେଦ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ, ମୃତ୍ୟୁ ପୂର୍ବରୁ ଗଞ୍ଜେଇ ସେବନ କରିଥିଲେ ଭ୍ଲାଦିମିର ! - ଭ୍ଲାଦିମିର ବିଦାନୋଭ

ଭ୍ଲାଦିମିର ବିଦାନୋଭ ମୃତ୍ୟୁ ପୂର୍ବରୁ ନିଶାଦ୍ରବ୍ୟ ସେବନ କରିଥିବା ପୋଷ୍ଟମର୍ଟମ ରିପୋର୍ଟରେ ପ୍ରକାଶ ପାଇଛି । ପ୍ରକୃତରେ ତାହା ଗଞ୍ଜେଇ କି ଅଫିମ ତାହା ସ୍ପଷ୍ଟ ହୋଇପାରିନାହିଁ । ଏପଟେ ତୃତୀୟ ଦିନରେ ତନାଘନା ଜାରି ରଖିଛି କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ

vladimir Bogdanov postmortem report
vladimir Bogdanov postmortem report

By

Published : Jan 1, 2023, 2:13 PM IST

vladimir Bogdanov postmortem report

ରାୟଗଡା:ବହୁ ଚର୍ଚ୍ଚିତ ଋଷ ପର୍ଯ୍ୟଟକ ଭ୍ଲାଦିମିର ବିଦାନୋଭ ଓ ଆଣ୍ଟୋଭ ପାଭେଲ ମୃତ୍ୟୁ ଘଟଣା । ଦିନ ଗଡିବା ସହ ଦୁଇ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । କେମିତି ମୃତ୍ୟୁ ହୋଇଥିଲା ଦୁଇ ଋଷ ପର୍ଯ୍ୟଟକଙ୍କ ସେନେଇ ନାନା ସନ୍ଦେହ ଉପୁଜିଛି । ଏହାରି ମଧ୍ୟରେ ଭ୍ଲାଦମିର ବିଦାନୋଭ ଓ ପାଭେଲଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ପ୍ରକାଶ ପାଇଛି । କିନ୍ତୁ ଭ୍ଲାଦିମିର ବିଦାନୋଭଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ(Vladimir Bogdanov postmortem report )ରେ ଯେଉଁ ତଥ୍ୟ ରହିଛି ତାହା ସମସ୍ତଙ୍କୁ ଚକିତ କରିଛି । ଭ୍ଲାଦିମିରଙ୍କ ରିପୋର୍ଟରେ ସେ ମୃତ୍ୟୁ ପୂର୍ବରୁ ନିଶା ସେବନ କରିଥିଲେ, ଯାହା ଗଞ୍ଜେଇ ବା ଅଫିମ ପରି ବାସ୍ନା ହେଉଥିବା ଉଲ୍ଲେଖ ରହିଛି । କିନ୍ତୁ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇପାରିନି ଯେ କେଉଁ ପ୍ରକାର ନିଶା ସେବନ କରିଥିଲେ । ଯାହାକୁ ନେଇ ଏବେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦି ସେ ମୃତ୍ୟୁ ପୂର୍ବରୁ ଭ୍ଲାଦିମିର ଗଞ୍ଜେଇ ସେବନ କରିଥାନ୍ତି ତେବେ ତାଙ୍କୁ ଦେଲା କିଏ ଓ କିଏ ଏହାକୁ ଭ୍ଲାଦିମିରଙ୍କୁ ଯୋଗାଉଥିଲେ ସେନେଇ ଅନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି ।

ସେପଟେ ଆଜି ତୃତୀୟ ଦିନରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଡିଏସପି ସରୋଜକାନ୍ତ ମହାନ୍ତଙ୍କ ନେତୃତ୍ୱରେ ଆସିଥିବା ୧୨ ଜଣିଆ ଟିମ ମଧ୍ୟରେ ଆଜି ସାଇଣ୍ଟିଫିକ ଓ ଫରେନସିକ ଟିମ ତଦନ୍ତରେ ସାମିଲ ହୋଇନାହାନ୍ତି । କେବଳ କ୍ରାଇମବ୍ରାଞ୍ଚ ଅଧିକାରୀ ସ୍ଥାନୀୟ ପୋଲିସ ସହିତ ସାକ୍ଷାତ କରି ପୁଣି କିଛି ତଥ୍ୟ ସଂଗ୍ରହ କରିଛନ୍ତି । ଏହାପରେ ହୋଟେଲ କର୍ମଚାରୀଙ୍କୁ ଜେରା କରିଥିବା ନଜରକୁ ଆସିଛି ।

ଅଲଗା ଅଲଗା ଭାବରେ ଡିଏସପି ସରୋଜକାନ୍ତ ମହାନ୍ତ ଓ ଇନ୍ସପେକ୍ଟର ମମତା ରାଣୀ ପଣ୍ଡା କର୍ମଚାରୀଙ୍କୁ ଜେରା କରି ସେମାନଙ୍କ ବୟାନ ରେକର୍ଡ କରିଛନ୍ତି । ଗତକାଲି କ୍ରାଇମବ୍ରାଞ୍ଚ ତଦନ୍ତର ଦ୍ବିତୀୟ ଦିନରେ ସିରିଗୁଡା ଶ୍ମଶାନ ଯାଇ ଅନୁସନ୍ଧାନ କରିଥିଲେ । ଏଥିରେ ସାଇଣ୍ଟିଫିକ ଓ ଫରେନସିକ ଟିମ୍ ମଧ୍ୟ ରହିଥିଲେ । କ୍ରାଇମବ୍ରାଞ୍ଚ ଅଧିକାରୀ ସ୍ଥାନୀୟ ପୋଲିସ ସହିତ ମଧ୍ୟ ସାକ୍ଷାତ କରି ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି । ଏଥିସହ ଶ୍ମଶାନରେ ଦୁଇ ମୃତକଙ୍କ ଦରପୋଡ଼ା ହାଡ଼, କାଠ ଓ ପାଉଁଶ ସଂଗ୍ରହ କରିଥିଲେ । ତାହା ଭୁବନେଶ୍ବର ଯାଞ୍ଚ ପାଇଁ ପଠାଯାଇଥିବା ସୂଚନା ହସ୍ତଗତ ହୋଇଛି।

ଏହା ମଧ୍ୟ ପଢନ୍ତୁ-Russian Tourists Death: ଆସିଲା ପୋଷ୍ଟମର୍ଟମ ରିପୋର୍ଟ, କନ୍ଧମାଳ ଲିଙ୍କ୍

ଏହାପରେ ପୁନର୍ବାର କ୍ରାଇମବ୍ରାଞ୍ଚ ଟିମ୍ ଘଟଣାସ୍ଥଳ ତଥା ସାଇ ଇଣ୍ଟରନ୍ୟାସନାଲ ହୋଟେଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ସେମାନେ ରହୁଥିବା ହୋଟେଲର ରୁମ ନମ୍ବର ୨୦୩ ଓ ୩୦୯ ଯାଇ ଆଉ କିଛି ପ୍ରମାଣ ସଂଗ୍ରହ କରିଥିଲା କ୍ରାଇମବ୍ରାଞ୍ଚ । ହୋଟେଲରେ ଡିସେମ୍ବର ପହିଲାରୁ କେଉଁମାନେ ଆସି ରହିଥିଲେ, ତାର ସବିଶେଷ ତଥ୍ୟ ସଂଗ୍ରହ କରାଯାଇଥିଲା । ଏପରିକି ହୋଟେଲର କର୍ମଚାରୀ ବିଜୟ ସ୍ୱାଇଁ, କୌସିକ ଠାକରେ, ମୁରଲୀ ପଟ୍ଟନାୟକ, ପ୍ରଦୀପ ସାହୁ, ଏନ ସତ୍ୟନାରାୟଣ, ମୁକୁନ୍ଦ ବାଗ ଏବଂ ରଞ୍ଜନ ମହାନ୍ତିଙ୍କ ବୟାନ ରେକର୍ଡ କରାଯାଇଥିବା କହିଥିଲେ କ୍ରାଇମବ୍ରାଞ୍ଚ ଟିମର ନେତୃତ୍ଵ ନେଉଥିବା ଡିଏସପି ସରୋଜ କାନ୍ତ ମହାନ୍ତ ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details