ଓଡିଶା

odisha

ETV Bharat / state

ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ: ଋଷୀୟ ଦମ୍ପତିଙ୍କୁ କ୍ରାଇମବ୍ରାଞ୍ଚର ଜେରା, ଆସିଲା ବ୍ୟବଚ୍ଛେଦ ରିପୋର୍ଟ - ରାୟଗଡାରେ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ

ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି ( investigation on Russian tourists Death ) । ଋଷୀୟ ଦମ୍ପତିଙ୍କୁ ଭୁବନେଶ୍ବର କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ଜେରା କରାଯାଇଛି । ଅଧିକ ପଢନ୍ତୁ

Death of Russian tourists in Rayagada
ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ, ଋଷୀୟ ଦମ୍ପତିଙ୍କୁ କ୍ରାଇମବ୍ରାଞ୍ଚର ଜେରା

By

Published : Dec 28, 2022, 1:25 PM IST

ଋଷୀୟ ଦମ୍ପତିଙ୍କୁ କ୍ରାଇମବ୍ରାଞ୍ଚର ଜେରା
ଆସିଲା ବ୍ୟବଚ୍ଛେଦ ରିପୋର୍ଟ

ରାୟଗଡା:ରୟଗଡାରେ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା ( Death of Russian tourists case ) । ଏହା ଏକ ଯୋଜନାବଦ୍ଧ ହତ୍ୟା ନା ଅତ୍ମହତ୍ୟାଜିନତ ମୃତ୍ୟୁ ତାହା ସନ୍ଦେହରେ ରହିଛି । ଏହାରି ଭିତରେ ଘଟଣାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଋଷୀୟ ଦମ୍ପତିଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଛି । କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ସେମାନଙ୍କୁ ପଚରାଉଚରା କରିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ । ଓଡିଶା ଛାଡି ନଯିବାକୁ ଉଭୟଙ୍କୁ କୁହାଯାଇଛି। ଦିନେ ଦୁଇ ଦିନ ମଧ୍ୟରେ ରାୟଗଡା ଯିବ କ୍ରାଇମବ୍ରାଞ୍ଚ ଟିମ । ଭୁବନେଶ୍ବରରୁ ସେମାନଙ୍କୁ କଟକ ସ୍ଥାନାନ୍ତରତି କରାଯାଇଛି ।

ରାୟଗଡା ସହରର ଏକ ହୋଟଲରେ ଋଷୀୟ ପର୍ଯ୍ୟଟକ ଭ୍ଲାଦିମର ବିଦାନୋଭ ଓ ଆଣ୍ଟୋଭ ପାଭେଲଙ୍କ ମୃତ୍ୟୁ ଘଟଣା ବର୍ତ୍ତମାନ ସନ୍ଦେହ ଘେରକୁ ଆସିଛି । ଗତ ୨୨ ତାରିଖରେ ଭ୍ଲାଦିମିର ବିଦାନୋଭଙ୍କ(61) ମୃତ୍ୟୁ ପରେ 24 ତାରିଖରେ ଅନ୍ୟଜଣେ ପର୍ଯ୍ୟଟକ ଆଣ୍ଟୋଭ ପାଭେଲଙ୍କ (65) ମୃତ୍ୟୁ ହୋଇଥିଲା । ଏହା ଏକ ଅଘଟଣ ନା ଆତ୍ମହତ୍ୟାଜନିତ ମୃତ୍ୟୁ ତାକୁ ନେଇ ସନ୍ଦେହ ବଢୁଛି । ଆଣ୍ଟୋଭ ପାଭେଲଙ୍କ ଭିସାରା ପୋଲିସ ଓ ସ୍ବାସ୍ଥ୍ୟ ବିଭାଗ ସଂରକ୍ଷଣ କରିଛନ୍ତି। ତାହା ପୁନଃ ଯାଞ୍ଚ ପାଇଁ ଭୁବନେଶ୍ବରସ୍ଥିତ ରାଜ୍ୟ ଫୋରେନସିକ ଲ୍ୟାବକୁ ପଠାଯିବ । ହେଲେ ୨୪ ତାରିଖରେ ମୃତ୍ୟୁବରଣ କରିଥିବା ଋଷିଆ ସାଂସଦ ପାଭେଲଙ୍କ ଭିସାରା ସଂରକ୍ଷଣ ହୋଇନାହିଁ । ଯାହାକି ବର୍ତ୍ତମାନ ନାନା ରହସ୍ୟ ଓ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଭିସାରା ସଂରକ୍ଷଣ ନକରି କାହିଁକି ଶେଷକୃତ୍ୟ ସମ୍ପର୍ଣ୍ଣ କରାଗଲା ତାହାର ରହସ୍ୟ ଉନ୍ମୋଚନ କରାଯିବା ଆବଶ୍ୟକ। ଏଣେ କ୍ରାଇମବ୍ରାଞ୍ଚ ଟିମ୍ ଆସିବା ପରେ ତଦନ୍ତ ଅଗ୍ରସର ହେବ। କ୍ରାଇମବ୍ରାଞ୍ଚ ଟିମ୍ ସମ୍ଭବତଃ ଆଜି (ବୁଧବାର) ସନ୍ଧ୍ୟାରେ କିମ୍ବା ଆସନ୍ତାକାଲି (ଗୁରୁବାର) ରାୟଗଡ଼ା ପହଞ୍ଚିବେ। ଆଣ୍ଟୋଭ ପାଭେଲଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ରିପୋର୍ଟକୁ ହସାନ୍ତର କରାଯାଇଛି । ରିପୋର୍ଟରେ କଣ ରହିଛି ତାହା ସ୍ପଷ୍ଟ କରି ନାହାନ୍ତି ରାୟଗଡ଼ା ସିଡିଏମଓ ।

ଏହା ବି ପଢନ୍ତି...ରାୟଗଡାରେ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ: ଭୁବନେଶ୍ୱର ପହଁଞ୍ଚିଲେ ଋଷିୟ ନାଗରିକ ଓ ଗାଇଡ

ସୂଚନା ଅନୁସାରେ ଗତ ଡିସେମ୍ବର ୨୨ ତାରିଖ ରାୟଗଡ଼ା ଜିଲ୍ଲା ବୁଲିବା ପାଇଁ ଆସିଥିବା ଜଣେ ଋଷିଆ ପର୍ଯ୍ୟଟକ ଭ୍ଲାଦିମିର ବିଦାନୋଭଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ଗତ ଡିସେମ୍ବର ୨୧ ତାରିଖ ଦିନ ସେ ଅନ୍ୟ ୪ ଜଣ ପର୍ଯ୍ୟଟକଙ୍କ ସହ ଦାରିଙ୍ଗବାଡ଼ିଠାରୁ ରାୟଗଡ଼ା ଆସିଥିଲେ । ତେବେ ଅତ୍ୟଧିକ ମଦ୍ୟପାନ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଗାଇଡ ଜିତେନ୍ଦ୍ର ସିଂହ ସନ୍ଦେହ ପ୍ରକାଶ କରିଥିଲେ । କିନ୍ତୁ ମୃତଦେହ ବ୍ୟବଚ୍ଛେଦ ପରେ ହୃଦଘାତଜନିତ ସମସ୍ୟାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା ।

ଏହାପରେ ତାଙ୍କ ସହ ଋଷିଆରୁ ଆସିଥିବା ଅନ୍ୟଜଣେ ପର୍ଯ୍ୟଟକ ଆଣ୍ଟୋନା ପାଭେଲ ହୋଟେଲ ସାଇ ଇଣ୍ଟରନ୍ୟାସନାଲରେ ରହୁଥିଲେ । ୨୪ ତାରିଖ ଦିନ ସେ ରହୁଥିବା ରୁମ୍‌ରେ ଖୋଜାଖୋଜି କରିବା ସମୟରେ ତାଙ୍କର ଦେଖା ମିଳିନଥିଲା । ହୋଟେଲ କର୍ମଚାରୀଙ୍କ ସମେତ ଗାଇଡ୍ ସାରା ହୋଟେଲ ଖୋଜିବା ପରେ ଋଷୀୟ ପର୍ଯ୍ୟଟକ ଜଣକ ସେଠାରେ ଥିବା ଏକ ନିର୍ମାଣଧୀନ କୋଠା ତଳେ ପଡିଥିବାର ଦେଖିବାକୁ ମିଳିଥିଲା । ପାଭେଲ ରୁଷିଆର ଜଣେ ପୂର୍ବତନ ସାଂସଦ ବୋଲି ଜଣାପଡିଛି ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details