ରାୟଗଡା: ସହରର ଏକ ହୋଟେଲରେ ଦୁଇ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁକୁ ଯେତିକି ଦିନ ଗଡୁଛି ସସପେନ୍ସ ସେତିକି ବଢିବାରେ ଲାଗିଛି । ଗତ ୨୨ ତାରିଖରେ ଭ୍ଲାଦିମିର ବିଦାନୋଭଙ୍କ(61) ମୃତ୍ୟୁ ପରେ 24 ତାରିଖରେ ଅନ୍ୟଜଣେ ପର୍ଯ୍ୟଟକ ଆଣ୍ଟୋଭ ପାଭେଲଙ୍କ (65) ମୃତ୍ୟୁ ହୋଇଥିଲା । ଏହା ଏକ ଅଘଟଣ ନା ଆତ୍ମହତ୍ୟାଜନିତ ମୃତ୍ୟୁ ତାକୁ ନେଇ ସନ୍ଦେହ ବଢୁଛି । ତେବେ ମୃତ୍ୟୁ ଘଟଣାର ତଦନ୍ତ କରିବା ପାଇଁ ରାଜ୍ୟସରକାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଆଜି ରାୟଗଡା ହୋଟେଲରେ ପହଞ୍ଚିଛି CIB ଟିମ ।
ସୂଚନାଅନୁସାରେ, ମାମଲାର ଗୁରୁତ୍ବକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଇଣ୍ଟେଲିଜେନ୍ସ ବ୍ୟୁରୋ(CIB)ର ଏକ ଟିମ ହୋଟେଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ: ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା ମନୀଷ ତିୱାରୀ
ତେବେ କହିରଖୁଛୁ ଯେ, ଏହାରି ଭିତରେ ପ୍ରଶ୍ନ ଉଠିଥିଲା ଯେ ପାଭେଲ ଖ୍ରୀଷ୍ଟଧର୍ମର ହୋଇଥିବା ବେଳେ ତାଙ୍କ ଧର୍ମରେ ମୃତଦେହ ପୋଡିବାର ନିୟମ ନାହିଁ । ତେବେ ମୃତଦେହ ତାଙ୍କ ଦେଶକୁ ନପଠାଇ କାହିଁକି ତରବରିଆ ଭାବେ ଦାହ କରାଯାଇଥିଲା । ତେବେ କୁହାଯାଉଛି ଯେ, ମୃତଦେହ ପୋଡିବା ପାଇଁ ମସ୍କୋରେ ଥିବା ପାଭେଲଙ୍କ ଝିଅଙ୍କ ଠାରୁ ପାଓ୍ବାର ଅଫ ଆଟର୍ଣ୍ଣି ଅଣାଯାଇଥିଲା । ସେ ସେଥିରେ ସଷ୍ଟଭାବେ ଲେଖିଥିଲେ ଯେ, ବାପାଙ୍କର ଅସ୍ଥି ପଠାଇବା ପାଇଁ । ତେବେ ଦାହ କରିନଥିଲେ ଅସ୍ଥି କିଭଳି ପାଇଥାନ୍ତେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ତେବେ ଗତକାଲି କଂଗ୍ରେସ ନେତା ମନିଷ ତିଓ୍ବାରୀ ଟ୍ବିଟରରେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଟାଗ କରି ଏକ ଭିଡିଓ ବାର୍ତ୍ତା ପୋଷ୍ଟ କରିଥିଲେ ।