ଓଡିଶା

odisha

ETV Bharat / state

ପୁଣି ତେଜିଲା ମୁନିଗୁଡାକୁ ଏନଏସି ଓ ଉପଖଣ୍ଡ ମାନ୍ୟତା ଦାବି - ମୁନିଗୁଡ଼ା ବିକାଶ ପରିଷଦ

ମୁନିଗୁଡ଼ାକୁ ଏନଏସି ଓ ଉପଖଣ୍ଡର ମାନ୍ୟତା ନେଇ ପୁଣି ମୁଣ୍ଡ ଟେକିଛି ଆନ୍ଦୋଳନ । ମୁନିଗୁଡା ସହର ଏନଏସି ପାଇଁ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ସରକାର ଏହାକୁ ଗୁରୁତ୍ବ ଦେଇନଥିବା ଅଭିଯୋଗରେ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ପ୍ରଦାନ କରିଛି ମୁନିଗୁଡ଼ା ବିକାଶ ପରିଷଦ । ଅଧିକ ପଢ଼ନ୍ତୁ

ପୁଣି ତେଜିଲା ମୁନିଗୁଡାକୁ ଏନଏସି ଓ ଉପଖଣ୍ଡ ମାନ୍ୟତା ଦାବି
ପୁଣି ତେଜିଲା ମୁନିଗୁଡାକୁ ଏନଏସି ଓ ଉପଖଣ୍ଡ ମାନ୍ୟତା ଦାବି

By

Published : Mar 11, 2023, 7:21 AM IST

ପୁଣି ତେଜିଲା ମୁନିଗୁଡାକୁ ଏନଏସି ଓ ଉପଖଣ୍ଡ ମାନ୍ୟତା ଦାବି

ରାୟଗଡ଼ା: ଆଗକୁ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏବେ ରାଜ୍ୟର ସବୁ ଅଞ୍ଚଳରେ ସ୍ଥାନୀୟ ସମସ୍ୟାକୁ ନେଇ ପ୍ରତିଦିନ ଦେଖିବାକୁ ମିଳୁଛି ପ୍ରତିବାଦ ସଭା ତ ପୁଣି କେଉଁଠି ଆନ୍ଦୋଳନ । ସବୁଠାରୁ ବଡକଥା ଗତ ଦିନରେ ପଦ୍ମପୁରକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ମାନ୍ୟତା ପ୍ରସ୍ତାବ ଉପରେ ବିଚାର ଚାଲିଥିବା କହିବା ପରେ ଏବେ ସାରା ରାଜ୍ୟରେ ନୂତନ ଜିଲ୍ଲା ଗଠନ ପାଇଁ ଆରମ୍ଭ ହୋଇଯାଇଛି ପ୍ରତିଯୋଗିତା । ରାୟଗଡା ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ।

ରାୟଗଡା ଜିଲ୍ଲାରୁ ଗୁଣୁପୁରକୁ ବିଭାଜିତ କରି ନୂତନ ଜିଲ୍ଲାର ମାନ୍ୟତା ଦେବାପାଇଁ ଗୁଣୁପୁରବାସୀଙ୍କ ତରଫରୁ ଆନ୍ଦୋଳନର ଚେତାବନୀ ଦିଆଯାଇଥିବାବେଳେ ଏବେ ମୁନିଗୁଡ଼ାକୁ ଏନଏସି ଓ ଉପଖଣ୍ଡର ମାନ୍ୟତା ନେଇ ପୁଣି ମୁଣ୍ଡ ଟେକିଛି ଆନ୍ଦୋଳନ । ଏନେଇ ଗତକାଲି ମୁନିଗୁଡ଼ା ବିକାଶ ପରିଷଦ ପକ୍ଷରୁ ମୁନିଗୁଡ଼ା କନକ ପରମେଶ୍ବରୀ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ମୁନିଗୁଡା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପହଞ୍ଚି ଥିଲା । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ପ୍ରଦାନ କରାଯାଇଛି । ଭୌଗଳିକ, ଆର୍ଥିକ, ଯାତାୟତ ଓ ଲୋକସଂଖ୍ୟା ଦୃଷ୍ଟିରୁ ମୁନିଗୁଡା ସହର ଏନଏସି ପାଇଁ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ସରକାର ଏହାକୁ ଗୁରୁତ୍ବ ଦେଇନଥିବାରୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି ।

ଗତ ସାଧାରଣ ନିର୍ବାଚନ ସମୟରେ ମୁନିଗୁଡାକୁ ଏନଏସି ଘୋଷଣା କରାଯିବା ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ମୁହୂର୍ତ୍ତରେ ଭୁଲିଗଲେ ସରକାର ବୋଲି ଅଭିଯୋଗ କରିଛନ୍ତି ମୁନିଗୁଡା ବିକାଶ ପରିଷଦ । ଏପରିକି ମୁନିଗୁଡା, ଚନ୍ଦ୍ରପୁର ଏବଂ ବିଷମକଟକ ବ୍ଲକକୁ ନେଇ ପ୍ରସ୍ତାବିତ ନୂତନ ଉପଖଣ୍ଡ ଏବେ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ । ରାୟଗଡା ଜିଲ୍ଲା ଭୌଗଳିକ ଚିତ୍ରକୁ ଅନୁଧ୍ୟାନ କଲେ ଜିଲ୍ଲାର ୧୧ଟି ବ୍ଲକ, ରାୟଗଡା ଓ ଗୁଣପୁର ଦୁଇଟି ଉପଖଣ୍ଡକୁ ନେଇ ଗଠିତ ହୋଇଥିବା ବେଳେ କାଶୀପୁର, ରାୟଗଡା, କୋଲନରା ଏବଂ କଲ୍ୟାଣସିଂପୁରକୁ ନେଇ ରାୟଗଡା ଉପଖଣ୍ଡ ଗଠିତ ହୋଇଛି ।

ବାକି ୭ଟି ବ୍ଲକ ଗୁଣପୁର ଅଧୀନରେ ରହିଛି । ଯାହା ଫଳରେ ଗୁଣପୁର ଉପଖଣ୍ଡ କାର୍ଯ୍ୟ।ଳୟ ଯିବାକୁ ହେଲେ ଅନୁନ୍ୟ ୮୦ କିମି ଯିବାକୁ ପଡେ । ଏଭଳି ସ୍ଥିତିରେ ମୁନିଗୁଡ।କୁ ଉପଖଣ୍ଡର ମାନ୍ୟତା ପ୍ରଦାନ କଲେ ଏହା ମଧ୍ୟ ୩ଟି ବ୍ଲକର କେନ୍ଦ୍ରସ୍ଥଳରେ ରହିବା ସହ ସମସ୍ତଙ୍କର ସୁବିଧା ହେବ ବୋଲି ଯୁକ୍ତି ବାଢିଛନ୍ତି ଆନ୍ଦୋଳନକାରୀ । ଯଦି ସରକାର ଏହି ଦାବି ପୂରଣ ନକରନ୍ତି, ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ବାସିନ୍ଦା ।

ଇଟିଭି ଭାରତ, ରାୟଗଡ଼ା

For All Latest Updates

ABOUT THE AUTHOR

...view details