ରାୟଗଡା : ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ମୃତ । ମୁନିଗୁଡା ମିନି ଷ୍ଟାଡିୟମ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି ।
ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ମୃତ - rayagad accident news
ମୁନିଗୁଡା ମିନି ଷ୍ଟାଡିୟମ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ । ଅଧିକ ପଢନ୍ତୁ...
ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ମୃତ
ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ମୃତ
ମୁନିଗୁଡା ଥାନା ଅନ୍ତର୍ଗତ ଅସୁରପଡା ଗ୍ରାମର ରୋହିଦାସ ଗରଡିଆ । ସେ ବିଷମକଟକ ନିକଟ ବାଲି ପଦର ଗ୍ରାମରୁ ନିଜ ଗାଁକୁ ଫେରୁଥିବା ବେଳେ ଷ୍ଟାଡିୟମ ନିକଟରେ କୌଣସି ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଘଟଣାସ୍ଥଳରେ ମୁନିଗୁଡା ପୋଲିସ ପହଞ୍ଚି ରାସ୍ତା କଡରେ ପଡ଼ିଥିବା ରୋହିଦାସଙ୍କୁ ଆମ୍ବୁଲାନ୍ସ ଯୋଗେ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୁନିଗୁଡା ପୋଲିସ ଅଜଣା ଗାଡ଼ିଟିକୁ ଧରିବା ପାଇଁ ବିଭିନ୍ନ ଜାଗାରେ ଚଢାଉ ଆରମ୍ଭ କରିଛି ।
ରାୟଗଡାରୁ ରଞ୍ଜନ କୁମାର ରଥ,ଇଟିଭି ଭାରତ