ଓଡିଶା

odisha

ETV Bharat / state

ରାୟଗଡା ପୌର ନିର୍ବାଚନ ପାଇଁ ଭୋଟିଂ ଜାରି

ରାୟଗଡାରେ ପୌର ନିର୍ବାଚନ ଭୋଟିଂ ଜାରି ରହିଛି । ରାୟଗଡା ଜିଲ୍ଲାର ଦୁଇଟି ପୌରପରିଷଦ ଓ ଗୋଟିଏ NACର ୫୪ଟି ୱାର୍ଡ ପାଇଁ ୯୮ଟି ବୁଥ୍‌ରେ ମତଦାନ ଜାରି ରହିଛି । ଅଧିକ ପଢ଼ନ୍ତୁ

By

Published : Mar 24, 2022, 5:02 PM IST

ରାୟଗଡା ପୌର ନିର୍ବାଚନ ପାଇଁ ଭୋଟିଂ ଜାରି
ରାୟଗଡା ପୌର ନିର୍ବାଚନ ପାଇଁ ଭୋଟିଂ ଜାରି

ରାୟଗଡା:ଜିଲ୍ଲାରେ ପୌର ନିର୍ବାଚନ ଭୋଟିଂ ଜାରି ରହିଛି । ରାୟଗଡା ଜିଲ୍ଲାର ଦୁଇଟି ପୌରପରିଷଦ ଓ ଗୋଟିଏ NACର ୫୪ଟି ୱାର୍ଡ ପାଇଁ ୯୮ଟି ବୁଥ୍‌ରେ ମତଦାନ ଜାରି ରହିଛି । 84 ହଜାରରୁ ଅଧିକ ଭୋଟର ମତ ସାବ୍ୟସ୍ତ କରୁଛନ୍ତି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ଓ ଗୁରୁବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏଁ ଜାରି ରହିବ ।

ରାୟଗଡା ପୌର ନିର୍ବାଚନ ପାଇଁ ଭୋଟିଂ ଜାରି

ରାୟଗଡା ପୌର ପରିଷଦରେ 24ଟି ୱାର୍ଡ ପାଇଁ 59ଟି ବୁଥ୍‌ରେ ମତଦାନ କରୁଛନ୍ତି 56597 ଭୋଟର । ଏଥିପାଇଁ 354 ଜଣ ପୁଲିଂ କର୍ମଚାରୀ ନିୟୋଜିତ ହୋଇଥିବାବେଳେ 5ଜଣ ସେକ୍ଟର ଅଧିକାରୀ ଓ 2 ଜଣ ମାଜିଷ୍ଟ୍ରେଟ ନିୟୋଜିତ ହୋଇଛନ୍ତି । ସେହିପରି ଗୁଣୁପୁର ପୌରପରିଷଦରେ 19 ୱାର୍ଡ ପାଇଁ 28ଟି ବୁଥରେ ମତଦାନ ବ୍ୟବସ୍ଥା କରାଯାଇଛି । ଏଠାରେ 22608 ଭୋଟର ମତ ସାବ୍ୟସ୍ତ କରୁଛନ୍ତି ।

ଗୁଡାରି NACରେ 11ଟି ବୁଥରେ 5299ଜଣ ଭୋଟର ମତଦାନ କରୁଛନ୍ତି । ମହିଳା ଭୋଟରଙ୍କ ପାଇଁ ମହିଳା କର୍ମଚାରୀଙ୍କୁ ନେଇ ରାୟଗଡାରେ 3ଟି ପିଙ୍କ୍‌ ବୁଥ ଗଠନ ହୋଇଥିବାବେଳେ ଗୁଣୁପୁରରେ 2ଟି ଓ ଗୁଡ଼ରିରେ ଗୋଟିଏ ପିଙ୍କ ବୁଥ କରଯାଇଛି । ଜିଲ୍ଲା ପ୍ରସାଶନ ପକ୍ଷରୁ ଶାନ୍ତି ଶୃଙ୍ଖଳାରେ ନିର୍ବାଚନକୁ ପରିଚାଳନା କରିବା ପଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details