ରାୟଗଡ଼ା: ହେଲମେଟ ନ ପିନ୍ଧି ହଟହଟା ହେଲେ ରାଜ୍ୟସଭା ସାଂସଦ ଭାସ୍କର ରାଓ । ବିଜେଡିର ପ୍ରତିଷ୍ଠା ଦିବସ ଆବସରରେ ଭାସ୍କର ରାଓ ନିଜ ସହଯୋଗୀଙ୍କ ସହିତ ଏକ ସ୍କୁଟି ଚଳାଇ ବିରାଟ ମୋଟର ସାଇକେଲ ରାଲିରେ ସହର ପରିକ୍ରମା କରିଥିଲେ । ତେବେ ଏହି ସମୟରେ ସେ ହେଲମେଟ ପିନ୍ଧି ନଥିବା ନେଇ କଂଗ୍ରେସର ଜିଲ୍ଲା ସଭାପତି ଦୂର୍ଗା ପ୍ରସାଦ ପଣ୍ଡା ପରିବହନ ମନ୍ତ୍ରୀ , ମୁଖ୍ୟମନ୍ତ୍ରୀ ଓ ପୁଲିସ ଡିଜିଙ୍କୁ ଟୁଇଟ କରିଥିଲେ ।
ହେଲମେଟ ନ ପିନ୍ଧି ଫାଇନ ଗଣିଲେ ସାଂସଦ ଭାସ୍କର ରାଓ - ସାଂସଦ ଗଣିଲେ 500 ଟଙ୍କା ତଣ୍ତ
ହେଲମେଟ ନ ପିନ୍ଧି ହଟହଟା ହେଲେ ରାଜ୍ୟସଭା ସାଂସଦ ଭାସ୍କର ରାଓ । 500 ଟଙ୍କା ଗଣିଲେ ତଣ୍ତ । ଅଧିକ ପଢନ୍ତୁ...
ହେଲମେଟ ନ ପିନ୍ଧି ଦଣ୍ଡ ଗଣିଲେ ସାଂସଦ ଭାସ୍କର ରାଓ
ହେଲମେଟ ନ ପିନ୍ଧି ଦଣ୍ଡ ଗଣିଲେ ସାଂସଦ ଭାସ୍କର ରାଓ
ଏନେଇ ସାମାଜିକ ଗଣମାଧ୍ୟମରେ ମଧ୍ୟ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା । ତେବେ ଆଜି (ଶନିବାର) ସକାଳେ ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ ରାଲିରେ ସେ ହେଲମେଟ ନ ପିନ୍ଧି ଭୁଲ କରିଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ଵୀକାର କରିବା ସହ ଜରିମାନେ ଆକାରରେ ୫୦୦ ଟଙ୍କାର ତଣ୍ଡ ଗଣିଥିବା ସ୍ଵୀକାର କରିଥିଲେ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ