ଓଡିଶା

odisha

ETV Bharat / state

ନାଗାବଳୀର ଦୁଃଖ: ସ୍ବପ୍ନ ହୋଇ ରହିଗଲା ‘ମୋଟର ବୋଟ’ - ମୋଟର ବୋଟ

ଓଡିଶା-ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ବସବାସ କରୁଥିବା ଗ୍ରାମବାସୀଙ୍କ ପାଇଁ ଦୁଃଖର କାରଣ ସାଜିଥାଏ ନାଗାବଳୀ । ମୁହଁରେ ହସ ଫୁଟିବା ପୂର୍ବରୁ ପୁଣି ଥରେ ନାଗାବଳୀବାସୀଙ୍କ ମୁହଁରେ ଛାଇ ଯାଇଛି ଦୁଃଖର କଳାବାଦଲ । ସରାକାରୀ ନିୟମରେ ଅନ୍ତର୍ଭୁକ୍ତ ନଥିବାରୁ ବନ୍ଦ ହେଲା ଏକ ମାତ୍ର ମୋଟର ବୋଟର ଚଳାଚଳ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

By

Published : Aug 4, 2019, 4:59 PM IST

ରାୟଗଡା: ଅନିଜା ଘାଟରେ ଆଉ ଚାଲିବ ନାହିଁ ମୋଟର ବୋଟ । ବାଲି ପଠାରେ ନା ଶୁଭିବ ମୋଟର ଶଦ୍ଦ ନା ନାଉରୀର ଡାକ । ପୁଣି ଥରେ ଗମନାଗମନରେ ବାଧକ ହେବ ନାଗାବଳୀ । କାରଣ ଗଛରେ ବନ୍ଧା ହୋଇଛି ଡଙ୍ଗାର ମଙ୍ଗ । ସର୍ବଦା ଓଡିଶା-ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ବସବାସ କରୁଥିବା ଗ୍ରାମବାସୀଙ୍କ ପାଇଁ ଦୁଃଖର କାରଣ ସାଜିଥାଏ ନାଗାବଳୀ ।

ବିଶେଷ କରି କେରେଡା ପଞ୍ଚାୟତ ଅଧୀନରେ ଥିବା ଗାଁ ଅନିଜା, ଆମ୍ପଲପୱାଳସା, ବୋରହଲୁଆ ସମେତ ପଡ଼ୋଶୀ ରାଜ୍ୟର 40ଖଣ୍ଡ ଗାଁ ଲୋକଙ୍କ ଗମନାଗମନର ଲାଇଫ୍‌ ଲାଇନ ନାଗାବଳୀ ନଦୀ । ତେବେ ନଈ ଆରପାରି ଥିବା ଲୋକଙ୍କ ମୁହଁରେ ହସ ଫୁଟିବା ପୂର୍ବରୁ ପୁଣି ଥରେ ଛାଇ ଯାଇଛି ଦୁଃଖର କଳାବାଦଲ । କାରଣ ୫୦ ଖଣ୍ଡ ଗାଁର ଭରସା ଥିବା ଏକମାତ୍ର ମୋଟର ବୋଟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପ୍ରଶାସନ । ଯାହା ଏବେ ସେମାନଙ୍କ ଚିନ୍ତା ବଢାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ସ୍ବାଧୀନତାରେ ଦୀର୍ଘ ବର୍ଷ ପରେ ମଧ୍ୟ ଯାତାୟତ ପାଇଁ ଏଠାରେ କୌଣସି ସୁବିଧା ନାହିଁ । ଫଳରେ ବାପଅଜା ଅମଳରୁ ଦେଶୀ ଡଙ୍ଗାରେ ନଦୀପାର ହୋଇଆସୁଛନ୍ତି ଏଠାକାର ବାସିନ୍ଦା । ଆଉ ଏଥର ଗାଁ ଲୋକେ ଚାନ୍ଦା ଆଦାୟ କରି ମୋଟର ବୋଟ କିଣିଥିବାବେଳେ ଦଇବ ସେମାନଙ୍କ ପାଇଁ ସାଜିଛି ଦାଉ । ଉକ୍ତ ଘାଟଟି ପ୍ରଶାସନର ତାଲିକାଭୁକ୍ତ ନଥିବାବେଳେ ଡଙ୍ଗାଟି ରେଜିଷ୍ଟ୍ରେସନ ନାହିଁ । ଖାଲି ସେତିକି ନୁହେଁ ସରକାରୀ ନିୟମ ମୁତାବିକ ନାଉରିଆ ମଧ୍ୟ ତାଲିମପ୍ରାପ୍ତ ନୁହନ୍ତି କି ସେମାନଙ୍କ ପାଖରେ ଏହାକୁ ଚଳାଇବାକୁ ଲାଇସେନ୍ସ ନାହିଁ । ଯେଉଁକାରଣରୁ ମୋଟର ବୋଟ ଚଳାଚଳକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଶାସନ ।

ଯଦ୍ବାରା ଯଥା ପୂର୍ବଂ ତଥା ପରଂ ନ୍ୟାୟରେ ଜଳବନ୍ଦୀରେ ଜୀବନ ବିତାଉଛନ୍ତି ନଈ ଆରପାରିରେ ଥିବା 3 ଖଣ୍ଡ ଗାଁ । ଏମିତି ସ୍ଥିତିରେ ପ୍ରଶାସନ ଗ୍ରାମବାସୀଙ୍କ ପାଇଁ କିଭଳି ସହାୟତା ଯୋଗାଇବ ତାହା ସମୟ କହିବ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details