ରାୟଗଡା:କୀଟନାଶକ ପିଇ ମାଆ ଓ ପୁଅର ଆତ୍ମହତ୍ୟା । ହାତ ଉଧାରି ଶୁଝିନପାରି ମାଆ ଓ ପୁଅ ଆତ୍ମହତ୍ୟା କରିଥିବା ଜଣାପଡିଛି । କୀଟନାଶକ ଔଷଧ ପିଇବା ପରେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ପ୍ରଥମେ ପୁଅ ଏବଂ ପରେ ମାଆର ଜୀବନ ଯାଇଛି ।
ମୃତକ ହେଲେ ୫୫ବର୍ଷିୟ ମାଆ ଗୁଡଲା ରାଜିନି ଏବଂ ୨୨ ବର୍ଷୀୟ ପୁଅ ଗୁଡଲା ଶ୍ୟାମ । ରାୟଗଡା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ଜେମାଦେଇପେଣ୍ଠ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ଗତକାଲି(ଶୁକ୍ରବାର) ରାତିରେ ଉଭୟ ମାଆ-ପୁଅ କୀଟନାଶକ ଔଷଧ ପିଇ ଦେଇଥିଲେ । ପରେ ସ୍ଥାନୀୟ ଲାେକେ ଖବର ପାଇ ବିଳମ୍ବିତ ରାତିରେ ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ।