ଓଡିଶା

odisha

ETV Bharat / state

ଶୋକାକୁଳ ପରିବେଶରେ ଧରମ ଦେବଙ୍କୁ ଦିଆଗଲା ଗାର୍ଡ ଅଫ ଅନର - ଧରମ ଦେବଙ୍କୁ ଦିଆଗଲା ଗାର୍ଡ ଅଫ୍ ହନର

ସିଆରପିଏଫ 4ର୍ଥ ବାଟାଲିଆନର ଯବାନ ଧରମ ଦେବଙ୍କ ମରଶରୀରକୁ ଗାର୍ଡ ଅଫ ଅନର ଦିଆଯାଇଛି । ଧରମଙ୍କ ମୃତ୍ୟୁକୁ ପୁଅ ଗ୍ରହଣ କରିପାରିନଥିବା ବେଳେ ମାନସିକ ସ୍ତରରେ ଭାଙ୍ଗି ପଡିଛି । ଏହାସହ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି । ଅଧିକ ପଢନ୍ତୁ...

CRPF 4th Battalion jawans
ଶୋକାକୁଳ ପରିବେଶରେ ନିଖୋଜ ଧରମ ଦେବଙ୍କୁ ଦିଆଗଲା ଗାର୍ଡ ଅଫ୍ ହନର

By

Published : Feb 25, 2020, 6:51 PM IST

Updated : Feb 25, 2020, 8:08 PM IST

ରାୟଗଡା: ସିଆରପିଏଫ 4ର୍ଥ ବାଟାଲିଆନର ଯବାନ ଧରମ ଦେବଙ୍କ ମରଶରୀରକୁ ମଙ୍ଗଳବାର ଗାର୍ଡ ଅଫ ଅନର ଦିଆଯାଇଛି । ବାଟାଲିଆନ ପରିସରରେ ସିଆରପିଏଫ ଯବାନ ମାନେ ଗାର୍ଡ ଅଫ ଅନର ଦେଇଛନ୍ତି।

ଶୋକାକୁଳ ପରିବେଶରେ ଧରମ ଦେବଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର

ସୂଚନା ଅନୁସାରେ, ଗତ ଡିସେମ୍ବର 26 ତାରିଖରୁ ନିଖୋଜ ଥିବା ଧରମ ଦେବଙ୍କ କଙ୍କାଳ ନୂଆ ସାହି ନିକଟରୁ ଗତ 23 ତାରିଖ ଦିନ ଉଦ୍ଧାର ହୋଇଥିଲା । ଘଟଣାସ୍ଥଳରୁ ଧରମ ଦେବଙ୍କ ଆଧାର କାର୍ଡ, ଜୋତା, ପୋଷାକ ଓ ବ୍ୟାଗ ଉଦ୍ଧାର କରିଥିଲା ପୋଲିସ । ଅଧିକ ତଦନ୍ତ ପାଇଁ ଧରମ ଦେବଙ୍କ ମୃତ ଶରୀରକୁ ବ୍ରହ୍ମପୁର ସ୍ଥିତ ଫରେନସିକ ଲାବକୁ ପଠାଯାଇଥିଲା।

ପରୀକ୍ଷା ପରେ ଉକ୍ତ ମୃତଶରୀର ଧରମ ଦେବର ବୋଲି ସ୍ପଷ୍ଟ ହେବା ପରେ ମଙ୍ଗଳବାର ସିଆରପିଏଫ୍ ତରଫରୁ ଗାର୍ଡ ଅଫ ଅନର ଦିଆଯାଇଛି । ତେବେ ଧରମ ଦେବକୁ ଅପହରଣ ଓ ପରେ ହତ୍ୟା କରାଯାଇଥିବା ଧରମ ଦେବଙ୍କ ପୁଅ ଅଭିଯୋଗ କରିଛନ୍ତି । ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ରାୟଗଡା ଏସପି ପ୍ରକାଶ କରିଛନ୍ତି।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Feb 25, 2020, 8:08 PM IST

ABOUT THE AUTHOR

...view details