ରାୟଗଡା:ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିଛି ରାୟଗଡା ସହର । ଦୁଇଟି ପୃଥକ ପୃଥକ ସ୍ଥାନରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା ସହ ସୁନାଗହଣା। ଘରେ କେହିନଥିବାର ସୁଯୋଗ ନେଇ ସହରର ମୁଖ୍ୟ ରୋଡ ସ୍ଥିତ ବି.ସତ୍ୟନାରାୟଣାଙ୍କ ଘରେ ପସି ଲୁଟେରା ଲୁଟି ନେଲେ ନଗଦ 5 ଲକ୍ଷଟଙ୍କା ସହ ସୁନା ଅଳଙ୍କାର ଓ ଟିଭି । ସେହିପରି ସହରର କରଣ ସାହି ବାସିନ୍ଦା ଡି.କୁମାର ସ୍ଵାମୀଙ୍କ ଘରେ କେହିନଥିବା ଦେଖି କବାଟ ଭାଙ୍ଗିବାସହ ନଗଦ 2 ଲକ୍ଷ 50 ହଜାର ଟଙ୍କା , 5 ଭାରି ସୁନା ଅଳଙ୍କାର ଏବଂ କିଛି ମୂଲ୍ୟବାନ ନଥିପତ୍ର ଲୁଟି ନେଇଛନ୍ତି ଲୁଟେରା। ଏନେଇ ଥାନାରେ ଅଭିଯୋଗ ପରେ ଘଟଣାର ତଦନ୍ତ କରୁଛି ଟାଉନ ଥାନା ପୋଲିସ ।
ରାୟଗଡାରେ ମାତିଲେ ଲୁଟେରା, ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କା ଲୁଟ - Rayagada crime news
ରାୟଗଡା ସହରର ଦୁଇଟି ପୃଥକ ପୃଥକ ସ୍ଥାନରୁ ଲକ୍ଷାଧିକ ଟଙ୍କା ସହ ସୁନାଗହଣା ଲୁଟିଲେନେଲେ ଲୁଟେରା । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ
ରାୟଗଡା ସହରରେ ମାତିଲେ ଲୁଟେରା,ଦୁଇଟି ସ୍ଥାନରୁ ଲକ୍ଷାଧିକ ଟଙ୍କା ଲୁଟ
ରାୟଗଡା ସହରରେ ମାତିଲେ ଲୁଟେରା,ଦୁଇଟି ସ୍ଥାନରୁ ଲକ୍ଷାଧିକ ଟଙ୍କା ଲୁଟ
ସୂଚନାଅନୁଯାୟୀ ଗତ ଏକମାସ ଧରି ଲୁଟିଆମାନେ ସହରର ବିଭିନ୍ନ ସ୍ଥାନରେ ଲୁଟ ଚଳାଇଥିବା ବେଳେ ପୋଲିସ ଅପରାଧିଙ୍କ ଟେର ପାଉନାହିଁ । ତେବେ ଗତକାଲି ହୋଇଥିବା ଏହି ଚୋରି ଘଟଣାର ତଦନ୍ତ ଚାଲିଛି ଏବଂ ସମସ୍ତ ଘଟଣାର ଖୁଲାସା କରାଯିବା ସହ ଅପରାଧିଙ୍କୁ ପୋଲିସ ଠାବ କରିବ ବୋଲି ଟାଉନ ଥାନାଅଧିକାରୀ ରଶ୍ମିରଂଜନ ପ୍ରଧାନ ସୂଚନା ଦେଇଛନ୍ତି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ