ରାୟଗଡ଼ା:ଜିଲ୍ଲାର ଗୁଡ଼ାରୀ ବ୍ଲକ ଅନ୍ତର୍ଗତ ମଧୁବନ ଗ୍ରାମପଞ୍ଚାୟତର ପୁଟିଗୁଡା ଗ୍ରାମରେ ବିଶାକ୍ତ ଛତୁ ଖାଇ 12ରୁ ଊର୍ଦ୍ଧ୍ବ ଲୋକ ଅସୁସ୍ଥ ହୋଇଛନ୍ତି । ଛତୁ ଖାଇବା ପରେ ସେମାନଙ୍କର ବାନ୍ତି ହୋଇଥିଲା । ପରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଗୁଡ଼ାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ଶନିବାର ସକାଳୁ ଜଙ୍ଗଲି ଛତୁ ସଂଗ୍ରହ କରି ନିଜ ମଧ୍ୟରେ ବାଣ୍ଟି ନେଇ ରୋଷେଇ କରି ଖାଇଥିଲେ । ଫଳରେ ସାମାନ୍ୟ ଝାଡା ଏବଂ ବାନ୍ତି ହୋଇଥିଲା । ଗାଁ ଲୋକଙ୍କ ଠାରୁ ଖବର ପାଇ ଅସୁସ୍ଥଙ୍କୁ ୧୦୮ ଆମ୍ବୁଲେନ୍ସ ଯୋଗେ ଗୁଡରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।