ଓଡିଶା

odisha

ETV Bharat / state

ଅବିଭକ୍ତ କୋରାପୁଟ ଓ କଳାହାଣ୍ଡି ପାଇଁ ‘ମୋ ସ୍କୁଲ ଅଭିଯାନ’ର ରୂପରେଖ ପ୍ରସ୍ତୁତ

ବୁଧବାର ରାୟଗଡାରେ ଗସ୍ତରେ ଆସିଥିଲେ ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ସସ୍ମିତା ବାଗ୍‌ଚି । ଏହି ଅବସରରେ ଅବିଭକ୍ତ କୋରାପୁଟ ଏବଂ ଅବିଭକ୍ତ କଳାହାଣ୍ଡି ଜିଲ୍ଲା ପାଇଁ ମୋ ସ୍କୁଲ ଅଭିଯାନର ରୂପରେଖ ପ୍ରସ୍ତୁତି ହୋଇଛି ।

ଅବିଭକ୍ତ କୋରାପୁଟ ଓ କଳାହାଣ୍ଡି ପାଇଁ ‘ମୋ ସ୍କୁଲ ଅଭିଯାନ’ର ରୂପରେଖ ପ୍ରସ୍ତୁତ

By

Published : Oct 23, 2019, 7:39 PM IST

ରାୟଗଡା: ପିଲାଙ୍କୁ ସ୍କୁଲ ମୁହାଁ କରିବା ପାଇଁ ଆରମ୍ଭ ହୋଇଛି ‘ମୋ ସ୍କୁଲ ଅଭିଯାନ’ । ଏହି ପରିପ୍ରେକ୍ଷୀରେ ରାୟଗଡା ଗସ୍ତରେ ଆସି ପହଞ୍ଚିଛନ୍ତି ମୋ ସ୍କୁଲ ଅଭିଯାନ ଅଧକ୍ଷା ସସ୍ମିତା ବାଗ୍‌ଚି ।

ଅବିଭକ୍ତ କୋରାପୁଟ ଓ କଳାହାଣ୍ଡି ପାଇଁ ‘ମୋ ସ୍କୁଲ ଅଭିଯାନ’ର ରୂପରେଖ ପ୍ରସ୍ତୁତ

ଏହି ଅବସରରେ ସେ GCD ହାଇସ୍କୁଲ ଠାରେ ଏକ ଜୋନାଲ ସ୍ଥରୀୟ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ଜିଲ୍ଲା PD DRDA ଅମୃତ ଋତୁରାଜ ସହ ଗଜପତି, କଳାହାଣ୍ଡି, ରାୟଗଡା, କୋରାପୁଟ ସମେତ 6ଟି ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ ଓ 22ଟି ବ୍ଲକ ଶିକ୍ଷାଧିକାରୀ ଯୋଗ ଦେଇଥିଲେ ।

ଏହି ବୈଠକରେ ମୋ ସ୍କୁଲ ଅଭିଯାନ ସ୍ଥିତି ନେଇ ସମୀକ୍ଷା କରିବା ସହ କିଭଳି ଆହୁରି ଭଲ ହୋଇପାରିବ ମତାମତ ସଂଗ୍ରହ କରାଯାଇଛି । ତେବେ ବର୍ତ୍ତମାନ ମୋ ସ୍କୁଲ ଅଭିଯାନ ହାଇସ୍କୁଲ ସ୍ତରରେ କାର୍ଯ୍ୟକାରୀ କରାଯାଇଥିବା ବେଳେ ଆଗାମୀ ଦିନରେ ଏହାକୁ ପ୍ରାଥମିକ ସ୍କୁଲକୁ ଅନ୍ତର୍ଭୁକ୍ତ କରାଯିବ ବୋଲି ଅଧ୍ୟକ୍ଷା କହିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details