ରାୟଗଡା:ନିୟମଗିରିରେ ଡଙ୍ଗରିଆଙ୍କୁ ସୁସ୍ଥ ରଖିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ମିଶନ ଇନ୍ଦ୍ରଧନୁସ। ଡଙ୍ଗରିଆ ଆଦିମ ଜନଜାତି ସରକାରୀ ଔଷଧ ଉପରେ ବିଶ୍ବାସ ନକରି ଚେରମୂଳି ବ୍ୟବହାର କରିଥାନ୍ତି। କୋମଳମତି ଶିଶୁ ଓ ପ୍ରସୂତିଙ୍କୁ 7ଟି ମାରାତ୍ମକ ରୋଗରୁ ରକ୍ଷା କରିବା ଉଦ୍ଦେଶ୍ୟରେ ନିୟମଗିରିରେ ଆରମ୍ଭ ହୋଇଛି ଟୀକାକରଣ କାର୍ଯ୍ୟକ୍ରମ । ଏହି ଟୀକାକରଣ କାର୍ଯ୍ୟକ୍ରମରେ 2ବର୍ଷ ମଧ୍ୟରେ ଥିବା ଶିଶୁ ଓ ପ୍ରସୂତିଙ୍କୁ ସାମିଲ କରାଯାଇଛି। ଏ ଅଭିଯାନରେ କେବଳ ନିୟମଗିରିରେ 18ଟି କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ 347ଜଣ ଶିଶୁ ଓ 57ଜଣ ପ୍ରସୂତିଙ୍କୁ ଟୀକାକରଣ କରାଯାଇଛି ।
ନିୟମଗିରିରେ ମିଶନ ଇନ୍ଦ୍ରଧନୁସ - mission indradhanus
ନିୟମଗିରିରେ ଆରମ୍ଭ ହୋଇଯାଇଛି ମିଶନ ଇନ୍ଦ୍ରଧନୁସ । ଅଧିକ ପଢନ୍ତୁ...
ମିଶନ ଇନ୍ଦ୍ରଧନୁସ
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ