ରାୟଗଡା: ମାରଣାସ୍ତ୍ର ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ସହରର ଆରଏମସି ଛକ ନିକଟରେ । ବିଭିନ୍ନ ଗ୍ରାହକଙ୍କ ଠାରୁ ସିଏମଏସ୍ ସଂସ୍ଥାର କର୍ମଚାରୀ ଅନିଲ ଗରଡିଆ 24 ଲକ୍ଷ ଟଙ୍କା ସଂଗ୍ରହ କରି ବ୍ୟାଙ୍କରେ ପୈଠ କରିବାକୁ ଆସୁଥିଲେ। ତେବେ ଆରଏମସି ଛକ ନିକଟରେ କିଛି ଦୁର୍ବୃତ୍ତ ଅନିଲଙ୍କୁ ଅଟକାଇବା ସହ ଠେଲାପେଲା କରି ଟଙ୍କା ଝାମ୍ପି ନେଇ ଯାଇଥିଲେ।
ମାରଣାସ୍ତ୍ର ଦେଖାଇ ପ୍ରାୟ 24 ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ - ଲକ୍ଷାଧିକ ଟଙ୍କା ଲୁଟ
ମାରଣାସ୍ତ୍ର ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ସହରର ଆରଏମସି ଛକ ନିକଟରେ । ଅଧିକ ଖବର ପଢନ୍ତୁ...

ମାରଣାସ୍ତ୍ର ଦେଖାଇ ପ୍ରାୟ 24 ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ମାରଣାସ୍ତ୍ର ଦେଖାଇ ପ୍ରାୟ 24 ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ପରେ ଏନେଇ ସେ ରାୟଗଡ଼ା ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏହି ଘଟଣାର ତଦନ୍ତ କରିବା ସହ କିଛି ଲୋକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ତେବେ ଖୁବଶୀଘ୍ର ଘଟଣାର ପର୍ଦ୍ଦାଫାଶ ହେବ ବୋଲି ରାୟଗଡା ଅତିରିକ୍ତ ଏସପି ସୂଚନା ଦେଇଛନ୍ତି।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ